ଟାଙ୍ଗୀ: ଟାଙ୍ଗୀ ଚୌଦ୍ୱାର ବ୍ଲକ ସଫା ପଞ୍ଚାୟତ ସୁହାରୀ ଗ୍ରାମ ନିକଟରେ ଥିବା ମା’ ତାରିଣୀ ନର୍ସରୀରୁ ଜଣେ ଯୁବକଙ୍କ ମୃତଦେହ ଟାଙ୍ଗୀ ପୁଲିସ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ ମୟୂରଭଞ୍ଜ ଅଞ୍ଚଳର ଗୁର୍ଗୁ ନାୟକ ବୋଲି ଜଣାପଡିଛି । ତେବେ ଗୁର୍ଗୁ ଉକ୍ତ ନର୍ସରୀରେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ଦୁଇଜଣ ମଧ୍ୟ କାର୍ଯ୍ୟ କରୁଥିଲେ । ତେବେ ନର୍ସରୀ ମାଲିକ ଘରକୁ କାଲି ରାତିରେ ଯିବାପରେ ଆଜି ସକାଳୁ ମୃତଦେହ ପୋଖରୀରେ ଭାସୁଥିବା ମାଲିକ ଆସି ଦେଖିବାକୁ ପାଇଥିବା ଗଣମାଧ୍ୟମରେ ପ୍ରକାଶ କରିଥିଲେ । ହେଲେ ଅନ୍ୟ ଦୁଇଜଣ ସେଠାରେ ଉପସ୍ଥିତ ରହିଥିଲେ ମଧ୍ୟ କେମିତି ମୃତ୍ୟୁ ହେଲା ତାହା ସନ୍ଦେହ ସୃଷ୍ଟି କରିଛି । ଅନ୍ୟପଟେ ଚୌଦ୍ୱାର ଥାନା ଓ ଟାଙ୍ଗୀ ଥାନା ସୀମା ବିବାଦକୁ ଯୋଗୁ ମୃତଦେହ ଘଣ୍ଟା ଘଣ୍ଟା ପାଣିରେ ଭାସିରହିଥିଲା । ପରେ ଟାଙ୍ଗୀ ଥାନା ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।