27.1 C
Bhubaneswar
Tuesday, March 11, 2025
Homeଯୋଗ ଦିବସଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ନୀରୋଗ ଜୀବନ ଏବଂ ସୁସ୍ଥ ଶରୀର ପାଇଁ ଆବଶ୍ୟକ ଯୋଗ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ନୀରୋଗ ଜୀବନ ଏବଂ ସୁସ୍ଥ ଶରୀର ପାଇଁ ଆବଶ୍ୟକ ଯୋଗ

ନୂଆଦିଲ୍ଲୀ : ନୀରୋଗ ଜୀବନ ଏବଂ ସୁସ୍ଥ ଶରୀର ପାଇଁ ଯୋଗ ଅତ୍ୟନ୍ତ ମହତ୍ତ୍ୱପୁର୍ଣ୍ଣ । ଯୋଗ ପ୍ରତି ଲୋକଙ୍କୁ ସଚେତନ କରିବା ନେଇ ପ୍ରତିବର୍ଷ ଅନ୍ତରାଷ୍ଟ୍ରିୟ ଯୋଗ ଦିବସ ପାଳନ କରାଯାଉଛି । ପ୍ରାୟ ୫ ହଜାର ବର୍ଷ ତଳେ ଭାରତରୁ ଯୋଗର ସୃଷ୍ଟି ହୋଇଥିଲା। ପ୍ରକୃତି ସହ ମଣିଷ ଓ ମଣିଷର ମନ ସହ ଶରୀରର ମିଳନର ଏକ ମାଧ୍ୟମ ହେଉଛି ଯୋଗ। ଯୋଗ ଆଉ ଆଗ ଭଳି ସାଧୁସନ୍ଥ, ବ୍ରାହ୍ମଣ ବା ସଂଭ୍ରାନ୍ତ ଶ୍ରେଣୀ ମଧ୍ୟରେ ସୀମିତ ହୋଇ ରହିନାହିଁ। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସାରା ବିଶ୍ବରେ ଏହା ଛାଇ ହୋଇଯାଇଛି। ସୁସ୍ଥ ଶରୀର ହେଉ କି ସୁନ୍ଦର ତ୍ବଚା, ଚିନ୍ତା ସହ ଚେତନାର ମିଳନ ହେଉକି ଅବସାଦ ମନକୁ ସତେଜ କରିବାକୁ, ‘ଯୋଗ’ ପ୍ରଧାନ ମାଧ୍ୟମ ପାଲଟିଛି। ଖାଲି ସେତିକି ନୁହେଁ, କ୍ୟାନସର୍ ଭଳି ମାରାତ୍ମକ ରୋଗକୁ ମଧ୍ୟ ଭଲ କରିବାରେ ଯୋଗର ଭୂମିକା ରହିଛି। ଜୁନ୍ ମାସ ୨୧ ତାରିଖ । ଏହି ଦିନଟିକୁ ଏବେ ଆନ୍ତର୍ଜାତିକ ଯୋଗ ଦିବସ ଭାବରେ ପାଳନ କରାଯାଉଛି । ଭାରତରେ ଯୋଗ ପରମ୍ପରାକୁ ସମୃଦ୍ଧ କରିବା ପାଇଁ ଯୋଗ ଗୁରୁଙ୍କ ଅବଦାନ ରହିଛି । ଭାରତର ସେହି ୭ ଜଣ ଯୋଗ ଗୁରୁଙ୍କ ପାଇଁ ନା କେବଳ ଯୋଗର ବିକାଶ ହୋଇପାରିଛି ବରଂ ଭାରତକୁ ଯୋଗ ଗୁରୁର ମର୍ଯ୍ୟାଦା ବି ମିଳିଛି । ତେବେ ସେହି ୭ ଜଣ ଯୋଗ ଗୁରୁଙ୍କ ନାମ ହେଉଛି , ଧୀରେନ୍ଦ୍ର ବ୍ରହ୍ମଚାରୀ, ବିକେଏସ ଅୟଙ୍ଗର, କୃଷ୍ଣପଟ୍ଟାଭି ଜୋଇସ, ତିରୁମଲ୍ଲାଇ କୃଷ୍ଣମଚାର୍ଯ୍ୟ, ପରମହଂସ ୟୋଗାନନ୍ଦ, ସ୍ୱାମୀ ଶିବାନନ୍ଦ ସରସ୍ୱତୀ, ମହର୍ଷି ମହେଶ ଯୋଗୀ । ଯୋଗ ହେଉଛି ଭାରତୀୟ ସଂସ୍କୃତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଯୋଗ ଦିବସକୁ ସମଗ୍ର ବିଶ୍ବରେ ପାଳନ କରାଯିବାର ପ୍ରୟାସ ଭାରତ ଦ୍ବାରା ହିଁ କରାଯାଇଥିଲା। ୨୭ ସେପ୍ଟେମ୍ବର ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ବୈଠକରେ ସମଗ୍ର ବିଶ୍ବରେ ଯୋଗ ଦିବସ ପାଳନ କରିବା ପାଇଁ ଆହ୍ବାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ପ୍ରସ୍ତାବରେ ମିଳିତ ଜାତିସଂଘ କେବଳ ତିନି ମାସ ମଧ୍ୟରେ ଏହାକୁ ସ୍ୱୀକୃତି ଦେଇଥିଲା। ମିଳିତ ଜାତିସଂଘର ମଞ୍ଜୁରୀ ପରେ ୨୧ ଜୁନ୍ ୨୦୧୫ରେ ପ୍ରଥମ ‘ଆନ୍ତର୍ଜାତିକ ଯୋଗ ଦିବସ’ ପାଳନ କରାଯାଇଥିଲା। ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ପାଖାପାଖି ୩୫ ହଜାରରୁ ଅଧିକ ଲୋକ ଏବଂ ୮୪ ଦେଶର ପ୍ରତିନିଧି ନୂଆଦିଲ୍ଲୀର ରାଜପଥରେ ପାଖାପାଖି ୩୫ ମିନିଟ୍ ଧରି ଯୋଗର ୨୧ଟି ଆସନ କରିଥିଲେ। ଆତ୍ମନିୟନ୍ତ୍ରଣ, ଆତ୍ମ-ଶୃଙ୍ଖଳା ଓ ଆତ୍ମଜ୍ଞାନ ପ୍ରଦାନ କରିବାରେ ଯୋଗ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଦୈନନ୍ଦିନ ଯୋଗାଭ୍ୟାସ ମାନସିକ ଓ ଆଧ୍ୟାତ୍ମିକ ଅଭିବୃଦ୍ଧିରେ ସହାୟକ ହୋଇଥାଏ। ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଚଳିତବର୍ଷ ଥିମ୍ ରହିଛି ‘ମାନବତା ପାଇଁ ଯୋଗ’। କୋଭିଡ ୧୯ ର ପ୍ରଭାବ କୁ ନଜର ରେ ରଖି ଏହି ଥିମ ରଖାଯାଇଛି । କରୋନା ମହାମାରୀ ନା କେବଳ ଆମର ଶାରିରୀକ କ୍ଷେତ୍ରରେ ପ୍ରଭାବ ପକାଇଛି ବରଂ ମାନସିକ ସ୍ଥିତି , ଚିନ୍ତା, ଅବସାଦ କୁ ମଧ୍ୟ ଟାଣି ଆଣିଛି । ଯୋଗର ମୂଳ ସାର କେବଳ ଶରୀରକୁ ସୁସ୍ଥ ରଖିବା ଏବଂ ମନ ଏବଂ ଶରୀର ମଧ୍ୟରେ ସନ୍ତୁଳନ ଠିକ ରଖିବା ନୁହେଁ ବରଂ ମଣିଷ ମଣିଷ ମଧ୍ୟରେ ମାନବୀୟ ସମ୍ପର୍କକୁ ଠିକ ମଧ୍ୟ ରଖିଥାଏ । ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୧୭୭ରୁ ଅଧିକ ଦେଶ ଯୋଗ ଦିବସ ପାଳନ ହେଉଥିବା ବେଳେ ପ୍ରମୁଖ ଐତିହ୍ୟସ୍ଥଳୀରେ ହେଉଛି ଯୋଗ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ମହେଶୂରରେ ଯୋଗ ଦିବସରେ ଯୋଗଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking