35.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଭାରତର ଏଭଳି ସମ୍ପ୍ରଦାୟ, ଗୋରା ଶିଶୁ ଜନ୍ମ ହେଲେ କରନ୍ତି ଏମିତି କାମ…

ଭାରତର ଏଭଳି ସମ୍ପ୍ରଦାୟ, ଗୋରା ଶିଶୁ ଜନ୍ମ ହେଲେ କରନ୍ତି ଏମିତି କାମ…

ନୂଆଦିଲ୍ଲୀ :ବିଶ୍ୱରେ ବିଭିନ୍ନ ପ୍ରକାର ଜନଜାତି ଦେଖିବାକୁ ମିଳେ ସେମାନଙ୍କର ବିଶ୍ୱାସ ମଧ୍ୟ ଭିନ୍ନ । କିଛି ଜନଜାତି ଆଧୁନିକତାକୁ ଆପଣାଇଥିଲେ ମଧ୍ୟ ଏପରି କିଛି ଜନଜାତି ଅଛନ୍ତି ଯେଉଁମାନେ ଆଜିବି ଆଦିମ ଶୈଳୀରେ ବଞ୍ଚୁଛନ୍ତି । ଏହିପରି ଏକ ଜନଜାତି ହେଉଛନ୍ତି ଭାରତର ଆଣ୍ଡମାନ ଓ ନିକୋବର ଦ୍ୱୀପରେ ରହୁଥିବା ଜାରୱା ଜନଜାତି ।

ଏହି ଜନଜାତିକୁ ସବୁଠାରୁ ପୁରାତନ ଜନଜାତି ବୋଲି କୁହାଯାଏ କାରଣ ଏମାନେ ବିଗତ ୫୦ହଜାର ବର୍ଷ ଧରି ଏହି ଦ୍ୱୀପରେ ରହି ଆସୁଛନ୍ତି । ଏମାନଙ୍କର ସଂଖ୍ୟା ଧୀରେ ଧୀରେ କମିବାକୁ ବସିଲାଣି । ଏମାନେ ଆଫ୍ରିକା ମହାଦେଶର ବୋଲି କୁହାଯାଉଥିବା ବେଳେ ବର୍ତ୍ତମାନ ଏହି ସମ୍ପ୍ରଦାୟର ୩୮୦ଲୋକ ହିଁ ଅଛନ୍ତି ।

ଶିକାର କରି ବଞ୍ଚୁଥିବା ଏହି ଜନଜାତିଙ୍କର ବିଶ୍ୱାସ ଭିନ୍ନ । ଏମାନଙ୍କର ବିଶ୍ୱାସ ରହିଛି ସୁନ୍ଦର ଶିଶୁ ଜନ୍ମ କରିବା ଏକ ଅପରାଧ । ଗୋରା ବା ସୁନ୍ଦର ଶିଶୁ ଜନ୍ମ ନେବାର କିଛି ସମୟ ମଧ୍ୟରେ ହିଁ ଶିଶୁଟିକୁ ମାରି ଦିଆ ଯାଇଥାଏ । ସେମାନଙ୍କ ମତରେ ଗୋରା ଶିଶୁ ଅନ୍ୟ ସମ୍ପ୍ରଦାୟର ଚିହ୍ନ ।ଜାରୱା ଜନଜାତିରେ କଳାଶିଶୁ ଜନ୍ମ କରିବା ବାଧ୍ୟତାମୂଳକ । ଏଥିପାଇଁ ଗର୍ଭବତୀ ମହିଳାଙ୍କୁ ପଶୁ ରକ୍ତ ପିଇବାକୁ ଦିଆଯାଇଥାଏ । ପଶୁମାନଙ୍କ ରକ୍ତ ପିିଇଲେ ଶିଶୁ କଳା ହେବ ବୋଲି ଏମାନଙ୍କର ବିଶ୍ୱାସ ରହିଛି । ଯଦି ଗୋରା ଶିଶୁ ଜନ୍ମ ହୁଏ ତାର ନିଜ ବାପା ହିଁ ଶିଶୁଟିକୁ ମାରିଦେଇଥାଏ । ଏହା ଛଡ଼ା ଯେତେବେଳେ ଜଣେ ମହିଳା ବିଧବା ହୋଇଯାଏ ତାର ଶିଶୁକୁ ମଧ୍ୟ ମାରି ଦିଆଯାଇଥାଏ । ପର୍ଯ୍ୟଟକମାନଙ୍କୁ ଏମାନଙ୍କ ସହ ମିଶିବାରେ ପ୍ରତିବନ୍ଧକ ଲଗାଯାଇଛି । ଏହି ଜନଜାତି ମାନଙ୍କର ଫୋଟ ବା ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ବେଆଇନ ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking