28.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶଆଜି ରୀତିନୀତି ସହିତ ଶେଷ ହେଲା ସୂର୍ଯ୍ୟଙ୍କ ଛଟ୍ ପୂଜା, ଅନେକ ସ୍ଥାନରେ କୁହାଯାଏ କୁମ୍ଭ...

ଆଜି ରୀତିନୀତି ସହିତ ଶେଷ ହେଲା ସୂର୍ଯ୍ୟଙ୍କ ଛଟ୍ ପୂଜା, ଅନେକ ସ୍ଥାନରେ କୁହାଯାଏ କୁମ୍ଭ ମେଳା

ବିହାର: ଆଜି ଶେଷ ହୋଇଛି ବିହାରର ଗଣପର୍ବ ଛଟ୍ ପୂଜା। ପ୍ରାୟ ୪ ଦିନ ହେବ ଏହି ପର୍ବ ପାଳନ କରାଯାଇଥିଲା। ଏହି ପୂଜାରେ ସ୍ଵୟଂ ପ୍ରଭୁ ସୂର୍ଯ୍ୟ ଦେବଙ୍କୁ ପୂଜା କରାଯାଏ। ଏହା ଖାସ କରି ବିହାରୀ ଲୋକ ପୂଜା କରନ୍ତି। କିନ୍ତୁ ଆମ ଓଡ଼ିଶାରେ ବସବାସ କରୁଥିବା ଅନେକ ବିହାର ବାସିନ୍ଦା ମଧ୍ୟ ଏହି ପୂଜା ଖୁବ୍ ସୁନ୍ଦର ଭାବେ ପାଳନ କରିଛନ୍ତି। ଓଡ଼ିଶାର ମୟୁରଭଞ୍ଜ ରାଇରଙ୍ଗପୁର ସହରରେ ଛଟ୍ ପୂଜା ମହା ଆଡ଼ମ୍ବର ସହକାରେ ଖଡଖାଇ ନଦୀ କୂଳରେ ପାଳିତ ହୋଇଯାଇଛି। ବିଶେଷ କରି ବିହାରୀ ସମ୍ପ୍ରଦାୟର ଲୋକେ ଛଟ୍ ପର୍ବକୁ ବେଶ୍ ଧୁମଧାମରେ ପାଳନ କରୁଥିବା ବେଳେ ଅନ୍ୟ ସମ୍ପ୍ରଦାୟର ଲୋକେ ମଧ୍ୟ ଛଟ୍ ପୂଜାରେ ସାମିଲ ହୋଇଥାନ୍ତି।

ସୂର୍ଯ୍ୟ ଦେବତାଙ୍କୁ ଆରାଧନା ଓ ପୂଜାର୍ଚ୍ଚନା କରିବାର ପରମ୍ପରା ରହିଥିବା ବେଳେ ଗତକାଲି ଅସ୍ତଗାମୀ ସୂର୍ଯ୍ୟ ଓ ଆଜି ସକାଳୁ ଉଦୟମାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଥିଲେ ବ୍ରତଧାରୀ। ଚାରି ଦିନ ଧରି ନିଷ୍ଠାର ସହ ଉପବାସ ରହି ଛଟ ପୂଜା ପାଳିଥିଲେ ଶ୍ରଦ୍ଧାଳୁ। ସ୍ବତନ୍ତ୍ର ଠେକୁଆ, ଖେରୋନି ଓ ଫଳମୂଳ ଭୋଗ ଲଗାଇ ଠାକୁରଙ୍କୁ ଅର୍ପଣ କରି ପୂଜାର୍ଚ୍ଚନା ସମାପନ କରିଥିଲେ ଶ୍ରଦ୍ଧାଳୁ। ତେବେ ପବିତ୍ର ଛଟ୍ ପୂଜା ବ୍ରତ ରଖି ଉପବାସ ସହ ପୂଜାର୍ଚ୍ଚନା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ଵାସ ରହିଛି। ନଦୀପଠା ପୁରା ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ପୋଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

କେବଳ ମୟୂରଭଞ୍ଜ ନୁହେଁ ଝାରସୁଗୁଡା ଜିଲ୍ଲାରେ ମଧ୍ୟ ଧୁମଧାମରେ ପାଳିତ ହୋଇଛି ଛଟ୍ ପୂଜା l ଦୁଇବର୍ଷ ପରେ ଛଟ ପୂଜା ଅତି ଧୁମଧାମରେ ପାଳନ କରାଯାଉଥିବାବେଳେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି l ଆଜି ସକାଳୁ ବ୍ରତଧାରୀମାନେ ଉଦୟଗାମୀ ସୂର୍ଯ୍ଯଙ୍କୁ ଅର୍ଘ୍ଯ ପ୍ରଦାନ କରିଛନ୍ତି l ଏଥିପାଇଁ ଆଜି ଝାରସୁଗୁଡା ଜିଲ୍ଲାର ବିଭିନ୍ନ ପୋଖରୀ ଓ ନଦୀ ଘାଟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା l ବିହାରୀ ସମ୍ପ୍ରଦାୟ ପକ୍ଷରୁ ଜୀବଜଗର କଲ୍ଯାଣ କାମନା କରି ଭଗବାନ ସୂର୍ଯ୍ଯଦେବ ଓ ଛଟି ମାତାଙ୍କ ପୂଜାର୍ଚ୍ଚନା ଧୁମଧାମରେ କରାଯାଇଛି l ଏହି ଛଟ୍‌ ପୂଜା ୨୮ ତାରିଖ ନାହାଁଏ ଖାଏ ପୂଜାରେ ଆରମ୍ଭ ହୋଇ ୨୯ ତାରିଖ ଖାର୍ନା ପୂଜା, ୩୦ ତାରିଖ ସନ୍ଧ୍ୟ୍ରାରେ ସୂର୍ଯ୍ଯ ଦେବତାଙ୍କ ଅସ୍ତ ସମୟରେ ପ୍ରଥମ ଅର୍ଘ୍ଯ ଓ ଆଜି ସକାଳେ ଉଦୟଗାମୀ ସୂର୍ଯ୍ଯଙ୍କୁ ଦ୍ୱିତୀୟ ଅର୍ଘ୍ଯ ପ୍ରଦାନ କରିଛନ୍ତି ବ୍ରତଧାରୀମାନେ।

ତେବେ ହିନ୍ଦୁ ଧର୍ମରେ ଛଟ୍ ପୂଜାର ବିଶେଷ ମହତ୍ତ୍ୱ ରହିଛି। ଛଟ୍ ପୂଜା ପର୍ବ କାର୍ତ୍ତିକ ମାସର ଶୁକ୍ଲ ପକ୍ଷର ଷଷ୍ଠ ଦିନରେ ପାଳନ କରାଯାଏ। ଏଥର ଛଟ୍ ପୂଜା ୨୮ ଅକ୍ଟୋବରରୁ ଆରମ୍ଭ ହୋଇ ୩୧ ଅକ୍ଟୋବରରେ ଶେଷ ହୋଇଛି। ଛଟ୍ ପୂଜା ଦିନ ଭଗବାନ ସୂର୍ଯ୍ୟଦେବ ଏବଂ ଛଠୀ ମାଙ୍କୁ ପୂଜା କରାଯାଏ। ଏହି ସମୟରେ ୩୬ ଘଣ୍ଟାର ଉପବାସ ରଖାଯାଏ। କାର୍ତ୍ତିକ ମାସର ଚତୁର୍ଥୀ ତିଥିରେ ପ୍ରଥମ ଦିନ ନାହାୟ ଖୟ, ଦ୍ୱିତୀୟ ଦିନରେ ଖର୍ନା, ତୃତୀୟ ଦିନରେ ସୂର୍ଯ୍ୟୋଦୟ ଏବଂ ଚତୁର୍ଥ ଦିନରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରାଯାଏ।

ଛଟ୍ ପୂଜା ମୁଖ୍ୟତଃ ଉତ୍ତର ଭାରତର ରାଜ୍ୟମାନଙ୍କରେ ପାଳନ କରାଯାଏ କିନ୍ତୁ ବର୍ତ୍ତମାନ ଏହି ପର୍ବ ସାରା ବିଶ୍ୱରେ ପାଳନ କରାଯାଉଛି। ଛଟ୍ ପୂଜା ଖାସ କରି ବିହାର ଲୋକ ପାଳନ କରନ୍ତି। ପର୍ବରେ ସୂର୍ଯ୍ୟ ଉଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟଙ୍କୁ ପୂଜା କରାଯାଇ ଅର୍ଘ୍ୟ ଅର୍ପଣ କରାଯାଏ। ବିଶ୍ୱାସ ରହିଛି ଯେ ଏହି ଛଟ୍ ପୂଜାରେ ସୂର୍ଯ୍ୟ ନାରାୟଣଙ୍କୁ ପୂଜା କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୁଏ ବୋଲି। ତେବେ ଛଟ୍ ପୂଜା ବିହାରରେ ଥିବା ସୂର୍ଯ୍ୟଙ୍କ ପୁରାତନ ମନ୍ଦିରରୁ ଆରମ୍ଭ ହୋଇଥିଲା। ତେବେ ଆଜି ଏହି ଛଟ୍ ପୂଜା ଶେଷ ହୋଇଛି। ନଦୀ କୂଳ ଠିକ୍ କୁମ୍ଭ ମେଳା ପରି ଦେଖା ଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking