28.9 C
Bhubaneswar
Wednesday, April 17, 2024
Homeଓଡିଶାଆଜି ୧୧୨୮ଟି ଟିକା କେନ୍ଦ୍ରରେ ଟିକାକରଣ ହେବ

ଆଜି ୧୧୨୮ଟି ଟିକା କେନ୍ଦ୍ରରେ ଟିକାକରଣ ହେବ

ଭୁବନେଶ୍ୱର : ବୁଧବାର ରାଜ୍ୟରେ ୧ଲକ୍ଷ ୨୧ହଜାର ୪୦୮ ଟିକା ନେଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ଟିକାକରଣ ସଂଖ୍ୟା ୧କୋଟି ୪୭ଲକ୍ଷ ୬୪ହଜାର ୩୫୨ରେ ପହଞ୍ଚିଛି । ଗୁରୁବାର ରାଜ୍ୟରେ ୧୧୨୮ଟି ଟିକା କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ହେବ । ରାଜ୍ୟରେ ବର୍ତ୍ତମାନ ୧କୋଟି ୧୨ଲକ୍ଷ ୮୦ହଜାର ୧୩ଜଣ ପ୍ରଥମ ଜୋଡ୍ ନେଇଥିଲାବେଳେ ୩୪ଲକ୍ଷ ୮୪ହଜାର ୩୩୯ ଜଣ ଦ୍ୱିତୀୟ ଟିକା ନେଇଛନ୍ତି । ରାଜ୍ୟରେ ମୋଟ୍ ଟିକାକରଣ ମଧ୍ୟରୁ ୩ ଲକ୍ଷ  ୫୦ ହଜାର ୪୧୬ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ ଓ ୨ ଲକ୍ଷ ୭୧ହଜାର ୫୯୦ ଜଣ ସ୍ୱାସ୍ଥ୍ୟକର୍ମୀ ଦ୍ୱିତୀୟ ଡୋଜ୍ ଟିକାନେଲେଣି । ସେହିପରି ୩ ଲକ୍ଷ ୪୩ ହଜାର ୫୭୮ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍ ଓ ୨ଲକ୍ଷ ୧୪ହଜାର ୮୨୦ଜଣ ଦ୍ୱିତୀୟ ଡୋଜ ଲେଲେଣି । ୧୮ରୁ ୪୪ ବର୍ଷ ମଧ୍ୟରେ ୪୧ ଲକ୍ଷ ୮୧ହଜାର ୯୪୦ ପ୍ରଥମ ଡୋଜ ଓ ୨ଲକ୍ଷ ୭୧ ହଜାର ୨୩ ଜଣ ଦ୍ୱିତୀୟ ଡୋଜ ନେଇଛନ୍ତି । ସେହିପରି ୪୫ ବର୍ଷରୁ ଊର୍ଦ୍ଧ୍ୱ ୬୪ଲକ୍ଷ ୪ହଜାର ୭୯ ଜଣ ପ୍ରଥମ ଡୋଜ୍ ଓ ୨୭ ଲକ୍ଷ ୨୬ ହଜାର ୯୦୬ ଜଣ ଦ୍ୱିତୀୟ ଡୋଜ୍ ନେଲେଣି । ରାଜ୍ୟରେ ଆଜି ୧୩୧୭ ଜଣ ଗର୍ଭବତୀ ଟିକା ନେଇଛନ୍ତି । ଫଳରେ ମୋଟ୍ ୮୬୯୯ ଜଣ ଗର୍ଭବତୀ  ଟିକା ନେଲେଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking