29.1 C
Bhubaneswar
Friday, May 17, 2024
Homeଦେଶ ବିଦେଶବିଧବା ମହିଳାଙ୍କ ସହ ଜୀବନ ବିତାଇବା ପାଇଁ, ସ୍ତ୍ରୀର ହାତ ଛାଡ଼ିଲା ଧୋକାବାଜ୍ ସ୍ବାମୀ....

ବିଧବା ମହିଳାଙ୍କ ସହ ଜୀବନ ବିତାଇବା ପାଇଁ, ସ୍ତ୍ରୀର ହାତ ଛାଡ଼ିଲା ଧୋକାବାଜ୍ ସ୍ବାମୀ….

ନୂଆଦିଲ୍ଲୀ : ଠକିଦେଲା ସ୍ବାମୀ। ଭଲ ଚାକିରି କରିବାକୁ ଯାଉଛି ବୋଲି ସ୍ତ୍ରୀକୁ ମିଛ କହି ଅନ୍ୟ ମହିଳା ସହ ଫେରାର । ଘର ପାଖରେ ରହୁଥିବା ବିଧବା ମହିଳାଙ୍କ ସହ ଜୀବନ ବିତାଇବା ପାଇଁ ସ୍ତ୍ରୀର ହାତ ଛାଡ଼ିଲା ଧୋକାବାଜ୍ ସ୍ବାମୀ। ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି ପଶ୍ଚିମବଙ୍ଗର ହୁଗଳୀରେ। ହୁଗଳୀରେ ରହୁଥିବା ମନୀଷ ପତ୍ନୀ ନେହାଙ୍କୁ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି। ଏନେଇ ପୀଡ଼ିତା ନେହା ଅଭିଯୋଗ କରିବା ପରେ ଅଭିଯୁକ୍ତ ମନୀଷ ଓ ବିଧବା ମହିଳାଙ୍କୁ ଖୋଜୁଛି ପୁଲିସ।

ସ୍ତ୍ରୀର ଅଭିଯୋଗ ମୁତାବକ, ଫେରାର ହେବା ଦିନ ତାଙ୍କ ମନୀଷ କିଛି କାଗଜପତ୍ର ନିଜ ବ୍ୟାଗରେ ରଖୁଥିଲେ। କାହିଁକି ରଖୁଛ ବୋଲି ପଚାରିବାରୁ ଭଲ ଚାକିରି ପାଇଁ ଆବଶ୍ୟକ ବୋଲି କହିଥିଲା ମନୀଷ । ଏହା ପରେ ଅଫିସ କାମ ଅଛି ବୋଲି କହି ମନୀଷ ଘରୁ ବାହାରିଯାଇଥିଲେ। ସମୟ ଗଡ଼ିବା ସହ ମନୀଷ ଘରକୁ ନଫେରିବାରୁ ନେହା ଚାରିଆଡେ ଖୋଜିବା ଆରମ୍ଭ କରିଥିଲେ।

କିଛି ସମୟ ପରେ ସେ ପଡ଼ୋଶୀ ମହିଳାଙ୍କ ଘରକୁ ଯିବା ପରେ ସେଠାରେ ତାଙ୍କୁ ଏକ ଚିଠି ମିଳିଥିଲା। ଚିଠିରେ ମହିଳାଜଣକ ମନୀଷଙ୍କ ସହ ଫେରାର ହେଉଥିବା ଲେଖିବା ସହ ମୃତ ସ୍ବାମୀଙ୍କ ସମ୍ପତ୍ତିରୁ କିଛି ଦରକାର ନାହିଁ ବୋଲି ଲେଖିଥିଲେ। ଏନେଇ ପୀଡ଼ିତା ତୁରନ୍ତ ପୁଲିସରେ ଅଭିଯୋଗ କରିବା ପରେ ଏବେ ଫେରାର ଦୁଇଜଣକୁ ଖୋଜିବା ଆରମ୍ଭ କରିଛି ପୁଲିସ। ଦୁହିଁଙ୍କୁ କଡ଼ା ଦଣ୍ଡ ଦେବାକୁ ପୁଲିସକୁ ଅନୁରୋଧ କରିଛନ୍ତି ସ୍ତ୍ରୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking