28.1 C
Bhubaneswar
Thursday, May 2, 2024
Homeଅପରାଧଟଙ୍କା ପାଇଁ ଜେଜେ ମା'କୁ ହତ୍ୟା କରି ପୋତିଦେଲା ନାତି

ଟଙ୍କା ପାଇଁ ଜେଜେ ମା’କୁ ହତ୍ୟା କରି ପୋତିଦେଲା ନାତି

ମୟୂରଭଞ୍ଜ : ୩ ହଜାର ଟଙ୍କା ପାଇଁ ଜେଜେ ମା’କୁ ହତ୍ୟା କରି ପୋତିଦେଲା ନାତି। ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବାଲିସାହି ଗାଁର ରଇବାରି ସିଂ (୮୦)। ଶନିବାର ପୁଲିସ ମାଟିତଳୁ ଶବ ଉଦ୍ଧାର କରିବା ସହ ଅଭିଯୁକ୍ତ ନାତି ଦେବା ସିଂ(୨୪)କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଆଜିକୁ ୧୨ ବର୍ଷ ତଳେ ରଇବାରିଙ୍କ ପୁଅ ରୁହ୍ୟା ଶ୍ବଶୁର ଘରକୁ ଯାଇଥିବା ବେଳେ ସେଠାରେ କେହି ତାଙ୍କୁ ହତ୍ୟା କରିଥିଲା। ପୁଅର ମୃତ୍ୟୁ ପରେ ବୋହୂ ମଧ୍ୟ ପିଲାଛୁଆଙ୍କୁ ଛାଡ଼ି ପଳାଇଥିଲା। ଏହାପରଠୁ ନାତି ଦେବା, ୧୭ ଓ ୧୩ ବର୍ଷର ୨ ନାତୁଣୀଙ୍କ ଦେଖାଶୁଣା କରି ଆସୁଥିଲେ ରଇବାରି। ନିକଟରେ ଆବାସ ଯୋଜନା ହିତାଧିକାରୀଙ୍କୁ ଘର ମରାମତି ପାଇଁ ୩ ହଜାର ଲେଖା ଦେବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର। ଗତକାଲି ରଇବାରି ପଞ୍ଚାୟତରୁ ଏହି ଟଙ୍କା ପାଇଥିବା ସଂକ୍ରାନ୍ତରେ ଜାଣିଥିଲା ନାତି ଦେବା। ଉଗ୍ର ସ୍ବଭାବର ଦେବା ଦିନବେଳା ଜେଜେମାକୁ ଟଙ୍କା ମାଗିଥିଲେ ବି ସେ ଦେଇନଥିଲେ।

ଦେବା ସବୁବେଳେ ଘରେ ପାଟିତୁଣ୍ଡ କରୁଥିବାରୁ ଏବଂ କଥା କଥାକେ ମାରଧର୍‌ କରୁଥିବାରୁ ଭୟରେ ଦୁଇ ସାନଭଉଣୀ ରାତିରେ ପଡ଼ୋଶୀଙ୍କ ଘରକୁ ଶୋଇବାକୁ ଯାଆନ୍ତି। ସବୁଦିନ ପରି ଗତକାଲି ରାତିରେ ମଧ୍ୟ ସେମାନେ ପଡ଼ୋଶୀଙ୍କ ଘରକୁ ଶୋଇବାକୁ ଚାଲିଯାଇଥିଲେ। ଏହା ପରେ ଦେବା ମୁଣ୍ଡରେ ସବାର ହୋଇଥିଲା ସଇତାନୀ ବୁଦ୍ଧି। ୩ ହଜାର ଟଙ୍କା ପାଇଁ ରାତିଅଧରେ ଜେଜେମାଙ୍କୁ ହତ୍ୟା କରିଥିଲା। ରଇବାରିଙ୍କ ମୃତ୍ୟୁ ଘଟିବା ପରେ ତାଙ୍କ ଶବକୁ ବାଡ଼ି ପଟ ଠାକୁରାଣୀ ପଡ଼ିଆରେ ଗାତ ଖୋଳି ପୋତି ଦେଇଥିଲା। ୨ ନାତୁଣୀ ଘରକୁ ଫେରି ଜେଜେମାକୁ ଖୋଜିଥିଲେ ବି ପାଇନଥିଲେ। ସେତେବେ‌ଳକୁ ଭାଇ ଘର ଭିତରେ ନିଘୋଡ଼ ନିଦରେ ଶୋଇଥିଲା।

ତେବେ ବାଡ଼ିପଟେ ଜେଜେମା ଶୋଉଥିବା ମସିଣା ପଡ଼ିଥିବା ଓ ସଦ୍ୟ ପୋତା ଯାଇଥିବା ଗାତ ଦେଖି ବଡ଼ନାତୁଣୀ ସନ୍ଦେହ କରି ପଡ଼ିଶା ଘରେ ଜଣାଇଥିଲେ। ପରେ ସାହିଭାଇ ଆସି ଗାତ ଖୋଳିବାରୁ ଭିତରୁ ମିଳିଥିଲା ରଇବାରିଙ୍କ ମୃତଦେହ। ଏ କୋଳାହଳ ଭିତରେ ନିଦରୁ ଉଠି ଅଭିଯୁକ୍ତ ଖସି ପଳାଇବାକୁ ଚେଷ୍ଟା କରିବା ବେଳେ ତାକୁ ମାଡ଼ି ବସିଥିଲେ ଗ୍ରାମବାସୀ। ଅଭିଯୁକ୍ତ ନାତିକୁ ପୁଲିସ ଗିରଫ କରିବା ସହ ତା ନିକଟରୁ ୩ ହଜାର ଟଙ୍କା ଓ ଶବ ପୋତିବାରେ ସେ ବ୍ୟବହାର କରିଥିବା ରଶି, ଶାବଳ ଓ ବେଲାକୁ ଜବତ କରିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking