37.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଆଫଗାନିସ୍ତାନରେ ଫସିଥିବା ଭାରତୀୟଙ୍କୁ ପରାମର୍ଶ : ସ୍ଥିତି ସମ୍ପର୍କରେ ତୁରନ୍ତ ସରକାରଙ୍କୁ ଜଣାଅ

ଆଫଗାନିସ୍ତାନରେ ଫସିଥିବା ଭାରତୀୟଙ୍କୁ ପରାମର୍ଶ : ସ୍ଥିତି ସମ୍ପର୍କରେ ତୁରନ୍ତ ସରକାରଙ୍କୁ ଜଣାଅ

ନୂଆଦିଲ୍ଲୀ:  ସମଗ୍ର ଆଫଗାନିସ୍ତାନ ବର୍ତ୍ତମାନ ତାଲିବାନ ନିୟନ୍ତ୍ରଣକୁ ଚାଲିଯାଇଥିବାବେଳେ ଭାରତ ସରକାର ଇତିମଧ୍ୟରେ କାବୁଲରେ ଅବସ୍ଥାପିତ ଦୂତାବାସ କର୍ମଚାରୀଙ୍କୁ ସ୍ୱଦେଶ ଫେରାଇ ଆଣିଛନ୍ତି । ଏହାସତ୍ତ୍ୱେ ଆଫଗାନିସ୍ତାନରେ ଶତାଧିକ ଭାରତୀୟ ଏବେମଧ୍ୟ ଫସି ରହିଛନ୍ତି । ସେମାନଙ୍କୁୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଏକ କ୍ୟାବିନେଟ ବୈଠକରେ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ବିଦେଶ ମନ୍ତ୍ରଣାଳୟ ଏଥିନେଇ ତତ୍ପର ହୋଇପଡିଛି । ଆଫଗାନିସ୍ତାନରେ ଅଟକିଥିବା ଭାରତୀୟମାନେ ତୁରନ୍ତ ନିଜର ସ୍ଥିତି ସମ୍ପର୍କରେ ଜଣାଇବାକୁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଏଥିପାଇଁ ବିଦେଶ ମନ୍ତ୍ରଣାଳୟରେ ସ୍ୱତନ୍ତ୍ର ଆଫଗାନିସ୍ତାନ ଡେସ୍କ୍ ସ୍ଥାପନ କରାଯାଇଛି । ସେମାନଙ୍କ ନିକଟରୁ ସଠିକ୍ ସୂଚନା ପାଇବାପରେ ଭାରତ ଫେରାଇ ଆଣିବାର ବନ୍ଦୋବସ୍ତ କରାଯିବ ବୋଲି ବିଦେଶମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି । କାବୁଲର ଏକ ଗୁରୁଦ୍ୱାରରେ କେତେକ ଶିଖ୍ ଓ ହିନ୍ଦୁ ନାଗରିକ ଆଶ୍ରୟ ନେଇଥିବାର ସୂଚନା ମିଳିଛି । ନିର୍ଦ୍ଦିଷ୍ଟ ସୂଚନା ପାଇବାପରେ ଆଫଗାନିସ୍ତାନରେ ଅଟକିଥିବା ଭାରତୀୟଙ୍କୁ ସୁରକ୍ଷିିତଭାବେ ସ୍ୱଦେଶ ଫେରାଇ ଆଣିବାକୁ ଉଦ୍ୟମ କରାଯିବ ବୋଲି ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking