29.1 C
Bhubaneswar
Monday, May 19, 2025
Homeଓଡିଶାଅଟେଇ ଜଙ୍ଗଲରେ ପୁଣି ବାଘ ଆତଙ୍ଗ

ଅଟେଇ ଜଙ୍ଗଲରେ ପୁଣି ବାଘ ଆତଙ୍ଗ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅଧୀନ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ବୁଲୁଥିବା ଯୋଗୁଁ ଅଟେଇ ସଂରକ୍ଷିତ ଜଙ୍ଗଲର ସଲଗ୍ନ ୩ଟି ପଞ୍ଚାୟତର ସରପଞ୍ଚ ଙ୍କୁ ନୋଟିସ୍ ଜାରି କଲା ଘଟଗାଁ ବନ ବିଭାଗ। ସର୍ବସାଧାରଣ ଙ୍କ ନିମନ୍ତେ ଅଟେଇ ସଂରକ୍ଷିତ  ଜଙ୍ଗଲ ଭିତରକୁ ପ୍ରବେଶ ମନା ସହ ଗୃହ ପାଳିତ ପଶୁ ମାନଙ୍କୁ ମଧ୍ୟ ନ ଛାଡିବାକୁ ନୋଟିସ କଲା ବନ ବିଭାଗ।

ଏଥି ସହ ସ୍ଥାନୀୟ ୪୦ ଜଣ ମଇଁଷି ମାଲିକଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି। ଜଙ୍ଗଲ ରେ ମହାବଳ ବାଘ ବୁଲୁଥିବା ରୁ ବନ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଅନ୍ୟ ପକ୍ଷରେ ବନ୍ୟଜନ୍ତୁ ଦ୍ୱାରା ଗୃହ ପାଳିତ ପଶୁ କିମ୍ବା ଲୋକଙ୍କ କ୍ଷତି ହେଲେ ବନ୍ୟ ଜନ୍ତୁ ସଂରକ୍ଷଣ ଆଇନ 1974 DD(iii) ରେ କୌଣସି କ୍ଷତି ପୂରଣ ଦିଆ ନଯିବା ପାଇଁ ଉପରଡିହା, ବଡଜାମୁପଶି, ସହ କୋଳିମାଟି ପଞ୍ଚାୟତକୁ ନୋଟିସ ଜାରି କରିଛି ବନ ବିଭାଗ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking