26.1 C
Bhubaneswar
Friday, March 29, 2024
Homeଓଡିଶାବାଣଫୁଟି ୩ ଜଣ ଗୁରୁତର

ବାଣଫୁଟି ୩ ଜଣ ଗୁରୁତର

କଟକ: ଆସନ୍ତାକାଲି ଦୀପାବଳି । ହେଲେ ତା ପୂର୍ବରୁ ଏକ ବଡ ଅଘଟଣ ଘଟିଯାଇଛି । ତିଗିରିଆରେ ବାଣ ଭିଡିବା ବେଳେ ଅଘଟଣ। ବାଣଫୁଟି ୩ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ତିଗିରିଆ ଥାନା ଅନ୍ତର୍ଗତ ବାଣେଶ୍ୱରପଡା ଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୁରୁତର ତିନି ଜଣଙ୍କ ମଧ୍ୟରେ ଜଣେ ଛୋଟ ଶିଶୁ ଥିବା ସୂଚନା ରହିଛି । ଏହାସହ ଜଣେ ବ୍ୟକ୍ତି, ଜଣେ ମହିଳା ରହିଥିବା ଜଣାପଡ଼ିଛି। ଗୁରୁତରମାନଙ୍କୁ କଟକ ବଡମେଡିକାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ଖବର ଅନୁସାରେ , ତିଗିରିଆ ବାଣେଶ୍ୱରପଡା ଗାଁର ଧୀର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ନିଜ ଘରେ ବାଣ ତିଆରି କରୁଥିବା ବେଳେ ହଠାତ୍ ବିସ୍ପୋରଣ ହୋଇଥିଲା। ତାଙ୍କ ଶରୀରର ୭୦ ଭାଗ ପୋଡ଼ିଯାଇଥିବା ବେଳେ ଏକ ଦେଢ ବର୍ଷର ଶିଶୁପୁତ୍ର ମଧ୍ୟ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି। ହେଲେ ମହିଳାଙ୍କ ପରିଚୟ ମିଳିପାରିନି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking