37.2 C
Bhubaneswar
Friday, April 19, 2024
Homeଓଡିଶାକାଠ ଲୋଭରେ ଭାସିଗଲେ

କାଠ ଲୋଭରେ ଭାସିଗଲେ

ଭୁବନେଶ୍ୱର : କାଠ ଆଣିବା ବେଳେ ବୈତରଣୀ ନଦୀରେ ୩ ଜଣ ଯୁବକ ଭାସିଯାଇଛନ୍ତି । ଜଣେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ୨ ଜଣ ନିଖୋଜ ଅଛନ୍ତି । ଏଭଳି ଘଟଣା ଘଟିଛି ଆନନ୍ଦପୁର ବ୍ୟାରେଜ ନିକଟରେ । ଟ୍ୟୁବ୍ ସାହାଯ୍ୟରେ କାଠ ଆଣିବା ବେଳେ ଯୁବକମାନେ ଭାସିଯାଇ ନିଖୋଜ ଅଛନ୍ତି । ସୂଚନାନୁଯାୟୀ, ଶୁକ୍ରବାର ସକାଳୁ କୁମୁଣିଆ ଗ୍ରାମର ଜଗବନ୍ଧୁ ନାଏକ ଏବଂ ତାଙ୍କର ୨ ସାଥି ଟ୍ୟୁବ୍ ସାହାଯ୍ୟରେ ବୈତରଣୀରେ କାଠ ଆଣୁଥିଲେ । ଅସାବଧାନତା ଯୋଗୁଁ ଆନନ୍ଦପୁର ବ୍ୟାରେଜ ନିକଟରେ ପାଣି ସ୍ରୋତରେ ଭାସି ଯାଇଛନ୍ତି । ଖବର ପାଇ ଆନନ୍ଦପୁର ଅଗ୍ନିଶମ ବିଭାଗ ଜଗବନ୍ଧୁ ନାଏକଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଅନ୍ୟ ୨ ଜଣ ଭାସି ଯାଇଥିବା ଜଗବନ୍ଧୁ ନାଏକ କହିଥିବା ବେଳେ ତଦନ୍ତ କରିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking