32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶମୋଦିଙ୍କ ପୁରା ଭାଷଣ ଶୁଣିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ମୋଦିଙ୍କ ପୁରା ଭାଷଣ ଶୁଣିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ବୈଠକରେ ଯୋଗ ଦେଇଛନ୍ତି । ତାଙ୍କ ଅଭିଭାଷଣରେ ସେ ତାଜିକିସ୍ତାନର ଲୋକଙ୍କୁ ତ୍ରୟୋଦଶ ସ୍ବାଧୀନତାର ତୃତୀୟ ବାର୍ଷିକୀରେ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି ବର୍ଷ ଆମେ ମଧ୍ୟ ଏସସିଓର ୨୧ତମ ବାର୍ଷିକୀ ପାଳନ କରୁଛୁ। ଭଲ କଥା ହେଉଛି ଏହି ସଂଗଠନରେ ନୂତନ ଲୋକ ମଧ୍ୟ ଯୋଗ ଦେଉଛନ୍ତି । ସୂଚନାଯୋଗ୍ୟ ଯେ ତାଜିକିସ୍ତାନର ଦୁସାନବେଠାରେ ଏସସିଓର ଏହା ୨୧ତମ ବୈଠକ ଥିଲା।

ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଦୁସାନବେରେ ଉପସ୍ଥିତ ରହିଥିବା ବେଳେ, ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ, ସେ ଦେଶର ବୈଦେଶିକ ମନ୍ତ୍ରୀ ଶାହ ମାହମୁଦ କ୍ୟୁରେସି, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, କାଜାଖସ୍ତାନ, କିରଗିଜସ୍ତାନର ରାଷ୍ଟ୍ରମୁଖ୍ୟ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ତାକିକିସ୍ତାନ ଓ ଉଜବେକିସ୍ତାନ ରାଷ୍ଟ୍ରମୁଖ୍ୟ ଯୋଗ ଦେଇଥିଲେ। ଶୁକ୍ରବାର ଏସସିଓ ବୈଠକ ପ୍ରଥମ ଥର ପାଇଁ ହାଇବ୍ରିଡ ପଦ୍ଧତିରେ ଆୟୋଜିତ ହୋଇଥିଲା। ଅର୍ଥାତ କିଛି ନେତୃବୃନ୍ଦ ବୈଠକରେ ଶାରୀରିକ ଭାବରେ ଉପସ୍ଥିତ ଥିବାବେଳେ ଆଉ କେତେକ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, କେନ୍ଦ୍ର ଏସିଆ ସହିତ ଯୋଗାଯୋଗ ବ୍ୟବସ୍ଥାରେ ବୃଦ୍ଧି ଘଟାଇବାକୁ ଭାରତ ପ୍ରତିବଦ୍ଧ ରହିଛି ଏବଂ ଭୂଭାଗ ଦ୍ୱାରା ପରିବେଷ୍ଟିତ କେନ୍ଦ୍ର ଏସୀୟ ରାଷ୍ଟ୍ରଗୁଡିକ ଭାରତର ବିଶାଳ ବଜାର ସହିତ ସଂଯୁକ୍ତ ହୋଇ ବିଶେଷ ଫାଇଦା ପାଇପାରିବେ ବୋଲି ମୋଦି କହିଥିଲେ। ଏହି ଅବସରରେ ସାଉଦି ଆରବ, ଇଜିପ୍ଟ ଏବଂ କାତାର ତିନିଜଣ ନୂତନ ଡାଏଲଗ୍‌ ପାଟନର୍ସଙ୍କୁ ପ୍ରଧାନମନ୍ତ୍ରୀ ସ୍ବାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏସସିଓର ୨୦ ତମ ବାର୍ଷିକୀ ମଧ୍ୟ ଏହି ସଂସ୍ଥାର ଭବିଷ୍ୟତ ବିଷୟରେ ଚିନ୍ତା କରିବାର ଏକ ସୁଯୋଗ। ଏହି ସମସ୍ୟାର ବଢୁଥିବା କାରଣ ହେଉଛି କଠୋରପନ୍ଥୀ। ଆଫଗାନିସ୍ତାନରେ ସାମ୍ପ୍ରତିକ ଘଟଣା ଏହି ଚ୍ୟାଲେଞ୍ଜକୁ ଅଧିକ ସ୍ପଷ୍ଟ କରିଛି। ଏହି ପ୍ରସଙ୍ଗରେ ଏସସିଓ ପଦକ୍ଷେପ ନେବା ଉଚିତ୍‌ ପ୍ରଧାନମନ୍ତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking