27.1 C
Bhubaneswar
Saturday, August 16, 2025
Homeଅପରାଧରେଳବାଇରେ ଚାକିରି କରାଇବା ନା’ରେ ୧୪ ଲକ୍ଷ ଠକେଇ, ୩ ଗିରଫ

ରେଳବାଇରେ ଚାକିରି କରାଇବା ନା’ରେ ୧୪ ଲକ୍ଷ ଠକେଇ, ୩ ଗିରଫ

ଝାରସୁଗୁଡା: ରେଳବାଇରେ ଚାକିରି କରାଇଦେବା ନାଁରେ ବ୍ରଜରାଜନଗର ଚିଚିଣ୍ଡା ଗ୍ରାମର ମାନସ ରଞ୍ଜନ ପଟେଲଙ୍କ ଠାରୁ ୧୪ ଲକ୍ଷ ଟଙ୍କା ଠକେଇ ଘଟଣାରେ ଝାରସୁଗୁଡା ପୁଲିସ ୩ ଭାଇ ଭଉଣୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ଝରଣା ବାଦି(୩୨), ରାଜେଶ ବାଦୀ(୩୦), ରାଜକୁମାରୀ ବାଦୀ (୧୯) ହୋଇଥିବାବେଳେ ସେମାନଙ୍କଠାରୁ ପୁଲିସ ୧୨ ଲକ୍ଷ ୯୬ ହଜାର ଟଙ୍କା, ଏକ ଇଣ୍ଡିଗୋ କାର, ଏକ ଲାପଟପ, ୩ଟି ମୋବାଇଲ, ଲେମିନେସନ ମେଶିନ ଏବଂ ନକଲି ଭୋଟର ଏବଂ ଆଧାର କାର୍ଡ ଜବତ କରିଥିବା ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଗତ ୧୭ ତାରିଖରେ ଅଭିଯୁକ୍ତମାନେ ମାନସ ରଞ୍ଜନଙ୍କୁ ଫୋନ୍ କରି ୧୪ ଲକ୍ଷ ଟଙ୍କା ଦେଲେ ରେଳବାଇରେ ଚାକିରି କରାଇଦେବୁ ବୋଲି କହିଥିଲେ । ମାନସ ରଞ୍ଜନ ଅଭିଯୁକ୍ତଙ୍କ କଥାକୁ ବିଶ୍ୱାସ କରି ଏକ ବ୍ୟାଗରେ ୧୪ ଲକ୍ଷ ଟଙ୍କା ନେଇ ଝାରସୁଗୁଡାସ୍ଥିତ ଏକ ଘରୋଇ ହୋଟେଲକୁ ଆସିଥିଲେ । ସେଠାରୁ ଅଭିଯୁକ୍ତମାନେ ମାନସ ରଞ୍ଜନଙ୍କୁ ରୁମ୍ ନମ୍ବର ୨୧୨କୁ ନେଇ ତାଙ୍କ ଠାରୁ ଟଙ୍କା ନେବାସହ ଚାକିରି ହୋଇଯିବ କହି ଚାଲିଯାଇଥିଲେ । ହେଲେ ଟଙ୍କା ନେଲାପରେ ରଞ୍ଜନଙ୍କୁ ଚାକିରି ନଦେବାରୁ ସେ ଠକେଇର ଶିକାର ହୋଇଥିବା ଜାଣିପାରି ଝାରସୁଗୁଡା ଟାଉନ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏନେଇ କେଶ ନମ୍ବର ୫୨୧ରେ ଏକ ମାମଲା ରୁଜୁ କରି ତଦନ୍ତ କରିବାସହ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking