୧୪ ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଗିରଫ

ସଇଁନ୍ତଳା: ବଲାଙ୍ଗିର ଜିଲ୍ଲାରେ ପ୍ରତ୍ୟେକ ବର୍ଷ ହଜାର ହଜାର ଦାଦନ ଶ୍ରମିକ ନିଜ ପେଟପାଟଣା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥାନ୍ତି । ତେବେ ଆଜି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକରେ ଦାଦନ ଶ୍ରମିକ ଚାଲାଣ ହେଉ ଥିବା ବେଳେ ପୋଲିସ ଦ୍ୱାରା ୧୪ ଦାଦନ ଶ୍ରମିକକୁ ଆଜି ପୁଲିସ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ୭ ଜଣ ମହିଳା ଓ ୨ଜଣ ଶିଶୁ ଓ ୫ ଜଣ ପୁରୁଷ ରହିଥିବା ଜଣାପଡ଼ିଛି । ବେଲପଡା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବେହେରାମୁଣ୍ଡା ନିକଟରେ ଥିବା ଏକ ଜଙ୍ଗଲ ମଧ୍ୟରେ ବୋଲେରୋ ଗାଡ଼ିକୁ ଜବତ କରି ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ । ଦାଦନ ଶ୍ରମିକମାନଙ୍କୁ ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବା ସମୟରେ ଦାଦନ ସର୍ଦ୍ଦାର ଧର୍ମେନ୍ଦ୍ର ବାଗ ଶ୍ରମିକମାନଙ୍କୁ ୪୦ ହଜାର ଟଙ୍କା ଦେବା ପାଇଁ କହି ସେମାନଙ୍କୁ ଟଙ୍କା ନ ଦେଇ ହାଇଦ୍ରାବାଦ ନେଉଥିବା ବେଳେ ପୋଲିସ ଖବର ପାଇବା ପରେ ସେମାନଙ୍କୁ ଉଦ୍ଧାର କରିଛି । ଘଟଣାସ୍ଥଳରୁ ସର୍ଦ୍ଦାର ଓ ଶ୍ରମିକମାନଙ୍କୁ ଥାନାକୁ ଆଣି ଅଧିକ ପଚରାଉଚରା କରି ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ନିଜ ଗାଁ ବଲାଙ୍ଗିର ଜିଲ୍ଲାର ଫାସଡ଼କୁ ପଠାଇ ଦେଇଥିଲେ । ଦାଦନ ସର୍ଦ୍ଦାରକୁ ଗିରଫ କରି ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଛି ବୋଲି ବେଲପଡା ଥାନା ଅଧିକାରୀ ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here