ନୂଆଦିଲ୍ଲୀ: ବନ୍ୟା ପାଣି ସାଜିଲା କାଳ । ବନ୍ୟା ପାଣିରେ ଗାଧୋଉଥିବା ବେଳେ ବୁଡି ଚାଲିଗଲା ୩ ଜଣ ପିଲାଙ୍କ ଜୀବନ । ଦିଲ୍ଲୀର ମୁକୁନ୍ଦପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଖବର ମୁତାବକ, ଦିଲ୍ଲୀର ମୁକୁନ୍ଦପୁର ଅଞ୍ଚଳରେ ଏକ ନିର୍ମାଣଧୀନ ଘର ପାଇଁ ଖୋଳା ହୋଇଥିବା ଖାଲକୁ ଗାଧୋଇବା ପାଇଁ ୩ ଜଣ ପିଲା ଡେଇଁପଡିଥିଲେ । ହେଲେ ସେଠାରେ ବୁଡି ଯାଇଥିଲେ । ଘଟଣା ବିଷୟରେ ଜଣାପଡିବା ପରେ ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।
#WATCH | Delhi | It is very unfortunate.. those three children went swimming in the river.. we have warned so many times that do not go near the rivers…This is a very big crisis..everyone should work together and not play the blame game: Arvind Kejriwal, CM of Delhi on three… pic.twitter.com/GUxwv4a3EU
— ANI (@ANI) July 14, 2023
କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ଶୁକ୍ରବାର ଦିନ ୩ଟା ସମୟରେ ଘଟିଥିଲା ବୋଲି ଜଣାପଡିଛି । ମୃତ ୩ ଜଣ ପିଲାଙ୍କ ବୟସ ଯଥାକ୍ରମେ ୧୩, ୧୦, ୧୩ ବର୍ଷ । ଏହି ଘଟଣାରେ ପୋଲିସକୁ ଅଭିଯୋଗ ହେବା ପରେ ପୋଲିସ ଯାଞ୍ଚ କରୁଛି । ସୂଚନାଯୋଗ୍ୟ, ଦିଲ୍ଲୀରେ ଯମୁନା ନଦୀରେ ପାଣି ପଶିବା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜୁଛି । ଦୀର୍ଘ ୬ ଦିନ ହେଲାଣି ଦିଲ୍ଲୀବାସୀ ହନ୍ତସନ୍ତ ହେଉଛନ୍ତି । ୪୫ ବର୍ଷର ରେକର୍ଡ ଭାଙ୍ଗିଛି ଦିଲ୍ଲୀ । ଚାରିଆଡେ ବନ୍ୟା ପାଣିରେ ଉବୁଟୁବୁ ହୋଇଛି ଦିଲ୍ଲୀ ।