32.1 C
Bhubaneswar
Monday, May 20, 2024
Homeଓଡିଶାବ୍ରାଉନ୍ ସୁଗାର ସହ ୩ ଜଣ ଗିରଫ

ବ୍ରାଉନ୍ ସୁଗାର ସହ ୩ ଜଣ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ବ୍ରାଉନ୍ ସୁଗାର କାରବାର କାୟା ବିସ୍ତାର କରିବାରେ ଲାଗିଛି । ତେବେ ସହର ମଧ୍ୟରେ ବ୍ରାଉନ୍ ସୁଗାର ବିକ୍ରି କାରବାର ବେଳେ ଟାଉନ୍ ଥାନା ପୋଲିସ ଚଢଉ କରି ପ୍ରାୟ ୧୪ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିବା ସହ ଗୋଟିଏ ପରିବାରର ୩ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୁଚନାରୁ ବ୍ରାଉନ ସୁଗାର ପରି ଚୋରା ବେପାରରେ ପୁରା ପରିବାର ଲିପ୍ତ । ଏପରି ସୁଚନା ପାଇ ଅଚାନକ ଟାଉନ୍ ଥାନା ଅଧିକାରୀ ନମିତା ନାୟକ ସଦଳ ବଳେ ଢେଙ୍କାନାଳ ସହର ବାଜିଚୈାକ ସ୍ଥିତ ଅଭୟ ବେହେରାଙ୍କ ଘରେ ଚଢାଉ କରିଥିଲା । ଏହି ଚଢାଉ ସମୟରେ ବିକ୍ରି କରିବା ପାଇଁ ଛୋଟ ଛୋଟ ପୁଡିଆ କରୁଥିବା ବେଳେ ଅଭୟ ବେହେରା, ତାଙ୍କ ପତ୍ନୀ ବଦାନୀ ବେହେରା ଓ ତାଙ୍କ ପୁଅ ଡିଲେଶ୍ୱର ବେହେରାଙ୍କୁ ଗିରଫ କରିଛି । ତାଙ୍କ ଠାରୁ ପ୍ରାୟ ୧୩ ଗ୍ରାମ ବ୍ରାଉନ ସୁଗାର, ଓଜନ ମେସିନ ଓ ଆଲୁମିନିୟମ ଫଏଲ ଆଦି ଜବତ କରିଛି । ଏହି ଘଟଣାରେ ବାପା, ମା ଓ ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking