27.1 C
Bhubaneswar
Saturday, July 27, 2024
Homeଓଡିଶାଏଥର ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିବ ଜଳକ୍ରୀଡା

ଏଥର ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିବ ଜଳକ୍ରୀଡା

କଟକ:କଟକ ଐତିହାସିକ ତଥା ବିଶ୍ୱପ୍ରସିଦ୍ଧ ବାଲିଯାତ୍ରାକୁ ଯିଏ ଥରେ ବୁଲି ଆସେ ପୁଣି ଥରେ ଏଠାକୁ ଆସିବାକୁ ଝୁରେ । ଛୁଞ୍ଚି ଠାରୁ ଆରମ୍ଭ କରି ଦାମୀ ଦାମୀ ଘରକରଣା ପର୍ଯ୍ୟନ୍ତ ସବୁ ଏଠାରେ ମିଳେ। ଏଠାକୁ ଆସୁଥିବା ପର୍ଯ୍ୟଟକ କେବେ ଭି ଖାଲି ହାତରେ ଯାଏ ନାହିଁ । ତେବେ କରୋନା ପାଇଁ ବନ୍ଦ ରହିଥିବା ବାଲିଯାତ୍ରା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ତେବେ ଚଳିତ ଥର ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଭିନ୍ନ ପ୍ରୟାସ କରାଯାଇଛି । ବାଲିଯାତ୍ରାର ମୁଖ୍ୟ ଆକର୍ଷଣୀୟ ହେଉଛି ଜଳକ୍ରୀଡା । ବାଲିଯାତ୍ରା ଚଳିତ ବର୍ଷ ନଭେମ୍ବର ୮ ରୁ ୧୬ ପର୍ଯ୍ୟନ୍ତ ଚାଲିବ। ପ୍ରାୟ ବର୍ଷେ ହେବ ତଳ ବାଲିଯାତ୍ରା ପଡିଆ ନିକଟରେ ମହାନଦୀରେ ଏକ ଜଳକ୍ରୀଡା କେନ୍ଦ୍ର ଖୋଲିଛି। ଏହି କେନ୍ଦ୍ର ଏବେ ସୁନ୍ଦର ସୁନ୍ଦର ବୋର୍ଟ, ସୁରକ୍ଷା ସାମଗ୍ରୀ, ଅଭିଜ୍ଞ ଟ୍ରେନର ଙ୍କ ସହାୟତାରେ କମ ଖର୍ଚ୍ଚରେ ଲୋକଙ୍କୁ ବାଲିଯାତ୍ରା ବେଳେ ଜଳକ୍ରୀଡା ର ଅନୁଭୂତି ଦେବାକୁ ପ୍ରସ୍ତୁତ ହେଉଛି ।

ସୂଚନାମୁତାବକ ଏଥର କଟକ ବାଲିଯାତ୍ରା ର ଅନ୍ୟତମ ଆକର୍ଷଣ ସାଜିବ ମେଳା ପଡିଆ ନିକଟରେ ଥିବା ଜଳକ୍ରୀଡା କେନ୍ଦ୍ର ଓ ଏଥିରେ ସ୍ଥାନ ପାଇଥିବା ସୁନ୍ଦର ସୁନ୍ଦର ବୋର୍ଟରେ ଜଳକ୍ରୀଡାର ଅନୁଭୂତି । ଗୋଟିଏ ବର୍ଷ ତଳେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ର ସହଯୋଗ ରେ ମହାନଦୀରେ ସିଲଭର ସିଟି ବୋର୍ଟ କ୍ଲବ ନାମରେ ସୁନ୍ଦର ଜଳକ୍ରୀଡା କେନ୍ଦ୍ର ଖୋଲିଛି । ଏଥିରେ ଦୁଇ ଜଣିଆ,ଚାରି ଜଣିଆ ଓ ଅଧିକ ଲୋକ ଜଳକ୍ରୀଡା କରିବା ସହିତ ମହାନଦୀରେ ବୁଲିବା ପାଇଁ ସୁନ୍ଦର ବ୍ୟବସ୍ଥା ରହିଛି । ଏଥି ସହିତ ଜଳକ୍ରୀଡା କେନ୍ଦ୍ରରେ ଓଟିଡିସି ଭଲ ରେଷ୍ଟୁରାଣ୍ଟ ମଧ୍ୟ ରହିଛି। ବାଲିଯାତ୍ରା ହେଉଥିବାରୁ ଏହାର ମଜା ଲୋକଙ୍କୁ ଦେବାପାଇଁ କର୍ତ୍ତୃପକ୍ଷ ମଧ୍ୟ ଜୋରଦାର ପ୍ରସ୍ତୁତି କରୁଛି ।

ଚଳିତ ଥର ବାଲିଯାତ୍ରା ରେ ଲୋକମାନଙ୍କୁ ଜଳକ୍ରୀଡା ର ଭଲ ଅନୁଭୂତି ଦେବାକୁ ଏଠାକୁ ସୁନ୍ଦର ସୁନ୍ଦର ବୋର୍ଟ ଅଣାଯାଇଛି। ଏଥି ସହିତ ଲୋକଙ୍କ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆ ଯାଇଛି । ଏଥି ପାଇଁ ସାମଗ୍ରୀ ଓ ଅଭିଜ୍ଞ ଟ୍ରେନର ନିୟୋଜିତ ହୋଇଛନ୍ତି । ଏଥି ସହିତ ଜଳକ୍ରୀଡା କରିବାକୁ ଯାଉଥିବା ଲୋକଙ୍କ ପାଇଁ ବୀମା ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାର ମହାନଦୀ ଓ ସମୁଦ୍ର ତଟ୍ଟରେ ଜଳକ୍ରୀଡାର ସୁଯୋଗ ସୃଷ୍ଟି କରିବାକୁ ୬ ଟି କେନ୍ଦ୍ର ଖୋଲିଛନ୍ତି । ଏହି ସବୁ କେନ୍ଦ୍ରକୁ ଗୋଟିଏ ବର୍ଷରେ ୩୫ ହଜାର ପର୍ଯ୍ୟଟକ ଆସି ଜଳକ୍ରୀଡାର ମଜା ନେଇସାରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking