କେନ୍ଦୁଝର: ଭିଜିଲାନ୍ସ ଜାଲରେ ଜେଲ ସୁପରିଟେଣ୍ଡେଣ୍ଟ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାର ସୁପରିଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁଙ୍କୁ ସ୍କାନରକୁ ଆଣିଛି ଭିଜିଲାନ୍ସ । କେନ୍ଦୁଝର ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି । ଭୁବନେଶ୍ୱରରୁ ଏକ ଟିମ ସହ କେନ୍ଦୁଝର ଭିଜିଲାନ୍ସ ଟିମ୍ ସହାୟତାରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି । କେନ୍ଦୁଝର ଅଫିସ , ବାସଭବନ, ଭଦ୍ରକ ସ୍ଥିତ ପୈତୃକ ଭବନ, ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ନିଜ ଘର ଓ ଶ୍ୱଶୁର ଘର, ଜାଗମରାର ନିଜ ଘର ଭଳି ୭ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ସତ୍ୟପ୍ରକାଶ ସ୍ୱାଇଁଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଏକ ମାମଲା ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହୋଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଚଢ଼ାଉ ଜାରି ରହିଛି । ପୂର୍ବତନ ଝାରପଡା ଜେଲ ସୁପରିଟେଣ୍ଡେଣ୍ଟ ଭାବେ ସେ କାର୍ଯ୍ୟ କରୁଥିଲେ । କିଛି ଦିନ ପୂର୍ବରୁ ସତ୍ୟପ୍ରକାଶଙ୍କର ଟ୍ରାନସଫର ହୋଇଥିଲା । ତାଙ୍କର ଭୁବନେଶ୍ୱର ଝାରପଡା ଜେଲ ପାଖରେ ଥିବା ସରକାରୀ କ୍ୱାଟର ସମେତ ଲକ୍ଷ୍ମୀସାଗରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ୍ ଜାରି ରହିଛି । ମୋଟ ୭ଟି ସ୍ଥାନରେ ରେଡ ଜାରି ରହିଥିବା ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା? ଦିଆଯାଇଛି । ଭିଜିଲାନ୍ସର ୧୨ ଜଣ ଡିଏସପି ଓ ୧୧ ଇନସ୍ପେକ୍ଟରଙ୍କ ସହ ଏସଆଇ ଓ ଏଏସଆଇ ଏହି ଚଢାଉରେ ସାମିଲ ଅଛନ୍ତି । ୭ ଟି ସ୍ଥାନରେ ଟିମ୍ ଏକକାଳିନ ଚଢ଼ାଉ କରୁଛି । ଭୁବନେଶ୍ୱର ଲକ୍ଷ୍ମୀସାଗର ଗୋବିନ୍ଦ ପ୍ରସାଦରେ ଥିବା ଏଲ୍ବି-୧୦୪ରେ, ଖଣ୍ଡଗିରିରେ ସିଧି ବିହାରରେ ଥିବା ପୈତୃକ ଘରେ ମଧ୍ୟ ରେଡ ଜାରି ରହିଛି । ଭଦ୍ରକରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର ଧୁଷୁରି ବ୍ଲକ ଭଳି ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ ।