28.1 C
Bhubaneswar
Sunday, September 8, 2024
Homeଓଡିଶାଏହି ସ୍ୱତନ୍ତ୍ର ଅଧିବେଶନ ଛୋଟ ହୋଇଥିଲେ ବି ଐତିହାସିକ ହେବ: ମୋଦି

ଏହି ସ୍ୱତନ୍ତ୍ର ଅଧିବେଶନ ଛୋଟ ହୋଇଥିଲେ ବି ଐତିହାସିକ ହେବ: ମୋଦି

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ସଂସଦର ସ୍ୱତନ୍ତ୍ର ଅଧିବେଶନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଆଲୋଚନା ଆରମ୍ଭ କରିବା କାର୍ଯ୍ୟକ୍ରମ ରହିଛି । ଦେଶର ୭୫ ବର୍ଷର ସଂସଦୀୟ ଇତିହାସର ଯାତ୍ରା ଉପରେ ପ୍ରଥମେ ଆଲୋଚନା ହେବ । ଏହି ସମୟ ମଧ୍ୟରେ କଣ ହାସଲ ହୋଇଛି, କେତେ ଅଭିଜ୍ଞତା ମିଳିଛି, କଣ ସବୁ ସ୍ମୃତି ରହିଛି ତା ଉପରେ ଆଲୋଚନା ହେବ ।

ତେବେ ସଂସଦର ସ୍ୱତନ୍ତ୍ର ଅଧିବେଶ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜି ବର୍ତ୍ତମାନର ସଂସଦରେ ଅଧିବେଶନ ଆରମ୍ଭ ହେବ ଓ ଆସନ୍ତକାଲି ଗଣେଶ ପୂଜାରେ ନୂଆ ସଂସଦ ଭବନକୁ ସ୍ଥାନାନ୍ତର ହେବ । ପ୍ରଭୁ ଗଣେଶ ହେଉଛନ୍ତି ବିଘ୍ନ ହର୍ତା । ତେଣୁ ଦେଶର ବିକାଶରେ କୌଣସି ବିଘ୍ନ ଆସବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସ୍ୱତନ୍ତ୍ର ଅଧିବେଶନ ଛୋଟ ହୋଇଥିଲେ ବି ଐତିହାସିକ ହେବ ବୋଲି କହିଛନ୍ତି ମୋଦି ।

ଦେଶର ୭୫ ବର୍ଷର ଇତିହାସରେ ନୂଆ ଯାତ୍ରା ଆରମ୍ଭ ହେବ । ୨୦୪୭ ସୁଦ୍ଧା ଆମେ ଦେଶକୁ ବିକଶତ ଭାରତରେ ପରିଣତ କରିବା ବୋଲି ସେ ଆହ୍ୱାନ ଦେଇଛନ୍ତି । G20ରେ ଭାରତ ଗ୍ଲୋବାଲ ସାଉଥର ସ୍ୱର ହୋଇଥିବା ମଧ୍ୟ କହିଛନ୍ତି ମୋଦି । ଆଫ୍ରିକାନ ୟୁନିୟନକୁ G20ରେ ସ୍ଥାନ ମିଳିବା ଭାରତ ପାଇଁ ଗର୍ବର ବିଷୟ । ତେବେ ଆଜିଠାରୁ ୨୨ ତାରିଖ ଯାଏଁ ୫ ଦିନ ଧରି ସ୍ୱତନ୍ତ୍ର ଅଧିବେଶନ ଚାଲିବ । …

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking