25.8 C
Bhubaneswar
Saturday, July 27, 2024
Homeଓଡିଶାନାଳ ପାଣିରେ ଭାସିଯାଇ ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ନାଳ ପାଣିରେ ଭାସିଯାଇ ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ଗତକାଲି ରାତିରେ ବାଇକରେ ନାଳ ପାର ହେଉଥିବା ବେଳେ ବାଇକ ସହ ତିନି ଯୁବକ ଭାସି ଯିବା ଘଟଣାରେ ନିଖୋଜ ଯୁବକ କୈଳାସ ବୁଡାଙ୍କ ସକାଳୁ ମୃତଦେହ ଉଦ୍ଧାର ହୋଇଛି । ରାତି ସାରା ଅଗ୍ନିଶମ ବାହିନୀ ଅନେକ ଖୋଜା ଖୋଜି କଲା ପରେ ମଧ୍ୟ ନିଖୋଜ ଯୁବକଙ୍କ ପତ୍ତା ମିଳିପାରିନଥିଲା। ତେବେ ବର୍ତ୍ତମାନ ଗାଁ ଲୋକେ ନାଳ ଆଗକୁ ଖୋଜାଖୋଜି କଲା ବେଳକୁ ଘଟଣାସ୍ଥଳରୁ କିଛି ଦୂର ନାଳରେ ତାଙ୍କ ମୃତ ଦେହକୁ ଠାବ କରିଥିଲେ ।

ଘଟଣା ଅନୁସାରେ ଗତ କାଲି ରାତି ପ୍ରାୟ ୧୦ ବେଳେ ସୁନ୍ଦରଗଡ଼ ସଦର ଥାନା ରସରାଜପୁର ଗାଁ ଅଶୋକ ବୁଡ଼ା, ରମେଶ ଟପ୍ପୋ ଏବଂ ଅନ୍ୟ ଜଣେ ଯୁବକ ବର୍ଷା ଛାଡ଼ିବା ପରେ ନିଜ ଗାଁକୁ ଫେରୁଥିଲେ । କିନ୍ତୁ ସଦର ଥାନା ଫଟାଟାଙ୍ଗର ନିକଟରେ ଏକ ନାଳ ପାର ହେଉଥିବା ବେଳେ ବାଇକ୍ ସହିତ ଭାସି ଯାଇଥିଲେ ତିନି ଯୁବକ । ତେବେ ଦୁଇ ଜଣଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିବା ବେଳେ କୈଳାସ ବୁଡ଼ା ନିଖୋଜ ଥିଲେ । ଅଗ୍ନିଶମ ବାହିନୀ ରାତିରେ ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking