27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଆସନ୍ତୁ ଜାଣିବା କେଉଁଠାରେ ରହିଛି ବିଶ୍ବର ସବୁଠୁ ବଡ କୃଷ୍ଣ ମନ୍ଦିର

ଆସନ୍ତୁ ଜାଣିବା କେଉଁଠାରେ ରହିଛି ବିଶ୍ବର ସବୁଠୁ ବଡ କୃଷ୍ଣ ମନ୍ଦିର

କୋଲକାତା : ବିଶ୍ବର ସବୁଠାରୁ ବଡ କୃଷ୍ଣ ମନ୍ଦିର  । ଜାଣିଛନ୍ତି କି କେଉଁଠାରେ ରହିଛି  । ହଁ ଆଜ୍ଞା କୋଲକାତାଠାରୁ ୧୩୦ କିଲୋମିଟର ଦୂରରେ ନଦୀଆ ଜିଲ୍ଲାର ମାୟାପୁରୀରେ ଥିବା ମନ୍ଦିର ହେଉଛି ବିଶ୍ବର ସବୁଠାରୁ ବଡ ମନ୍ଦିର  । ଏହି ମନ୍ଦିର ନିର୍ମାଣ ପାଇଁ  ବହୁ ବର୍ଷ ସମୟ ଲାଗିଥିଲା  । ଆମେରିକାର ପ୍ରସିଦ୍ଧ ଅଟୋ ମୋବାଇଲ କମ୍ପାନୀ ଫୋର୍ଟର ପ୍ରତିଷ୍ଠାତା ଆଲଫ୍ରେଡ ଫୋର୍ଡ ଏହି ମନ୍ଦିରର ଚେୟାରମ୍ୟାନ୍ ଅଟନ୍ତି । ଏହି ମନ୍ଦିରର ଉଚ୍ଚତା ୩୫୦ ଫୁଟ୍  । ଏବଂ ଏହା ୭ ମହଲା ବିଶିଷ୍ଟ  ।

ମାୟାପୁରୀରେ ଥିବା ଏହି ମନ୍ଦିରର ଏକ ବିଶେଷତ୍ବ ରହିଛି  । ଏହା ପ୍ରାୟ ଅଢେଇ ଏକର ଜମିରେ ଅବସ୍ଥିତ  । ପ୍ରାୟ ଦେଢ ଏକର ଜମିରେ ଏଠାରେ କୀର୍ତ୍ତନ ହଲ ନିର୍ମାଣ କରାଯାଇଛି  । ଯେଉଁଠି ପ୍ରାୟ ୧୦ ହଜାର ଭକ୍ତ ଏକାସଙ୍ଗରେ ବସି କୀର୍ତ୍ତନ କରିପାରିବେ ।  ୮୦୦ କୋଟିରୁ ଉର୍ଦ୍ଧ୍ବ ବ୍ୟୟ ବରାଦରେ ଏହି ମନ୍ଦିର ନିର୍ମିତ ହୋଇଛି  । ଏହି ମନ୍ଦିରରେ ଏକ ଶିକ୍ଷାଦାନ ମନ୍ଦିର ମଧ୍ୟ ରହିଛି  । ଯେଉଁଠାରେ ଭାଗବତ ଗୀତା ସମ୍ବନ୍ଧରେ ଆଲୋଚନା ହୁଏ । ଏହି ମନ୍ଦିରର ମନୋରମ ସୌନ୍ଦର୍ଯ୍ୟ ବିଶ୍ବର କୋଣ ଅନୁକୋଣରୁ ଭକ୍ତ ମାନଙ୍କୁ ଏଠାକୁ ଟାଣିଆଣେ  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking