26.1 C
Bhubaneswar
Monday, December 11, 2023
Homeଦେଶ ବିଦେଶବକ୍ସ ଅଫିସରେ 'ଜଓ୍ବାନ୍'ର ନୂଆ ରେକର୍ଡ଼

ବକ୍ସ ଅଫିସରେ ‘ଜଓ୍ବାନ୍’ର ନୂଆ ରେକର୍ଡ଼

ନୂଆଦିଲ୍ଲୀ:  ଶାହାରୁଖ୍ ଖାନଙ୍କ  ଅଭିନୀତ ଫିଲ୍ମ ‘ଜଓ୍ବାନ୍’  ରିଲିଜ୍ ହେବାର ୧୧ ଦିନ ବିତିଛି । ତଥାପି ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ୍ କମିନି । ଖାସ୍ କରି ଏବେବି ଫିଲ୍ମକୁ ଦେଖିବା ପାଇଁ ହଲ୍ ଗୁଡିକରେ ନାହିଁ ନଥିବା ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି। ଫିଲ୍ମଟି ପ୍ରଥମ ଦିନରେ ସାରା ବିଶ୍ବରେ ୧୨୫ କୋଟି ରୋଜଗାର କରିଥିଲା ।

କେବଳ ଭାରତରେ ଏହି ଫିଲ୍ମ ପ୍ରଥମ ଦିନରେ ୭୫ କୋଟି ରୋଜଗାର କରିବାରେ ସକ୍ଷମ ହୋଇଥିଲା। ଏହାପରେ ‘ଜଓ୍ବାନ୍’ ପ୍ରଥମ ରବିବାର ଦିନ ୮୦ କୋଟିରୁ ଅଧିକ କଲେକସନ୍ କରିଥିଲା। ଯାହା ଇତିହାସ ସୃଷ୍ଟି କରିଥିଲା। ତେବେ, ଆସନ୍ତୁ ଜାଣିବା ଫିଲ୍ମଟି  ରିଲିଜ୍ ହେବାର ୧୧ ଦିନରେ କେତେ କଲେକସନ୍ କରିଛି । ସାକନିକ୍ ରିପୋର୍ଟ ଅନୁସାରେ, ଫିଲ୍ମଟି ଏଗାର ଦିନରେ  ୪୭୫ କୋଟି ସଂଗ୍ରହ କରିଛି। ତେବେ, ଫିଲ୍ମଟି ସାରା ବିଶ୍ବରେ ଏପର୍ଯ୍ୟନ୍ତ ୭୩୫.୮୦ କୋଟି ସଂଗ୍ରହ କରିବାରେ ସଫଳ ହୋଇଛି ।

ତେବେ ଏହି ଫିଲ୍ମରେ ଶାହରୁଖ ଖାନ ବ୍ୟତୀତ ନୟନ୍ତରା, ଦୀପିକା ପାଦୁକୋନ, ଏବଂ ବିଜୟ ସେଥୁପାଠୀ ବିଶେଷ ରୂପରେ ନଜର ଆସିଛନ୍ତି । ଏଥିସହିତ ସାନିଆ ମଲହୋତ୍ରା, ଗିରିଜା ଓକ, ପ୍ରିୟମାନି, ଆଲିଆ କୁରେଶୀ, ସଞ୍ଜିତା ଭଟ୍ଟାଚାର୍ଯ୍ୟ, ଲେହର ଖାନ, ରିଦ୍ଧି ଡୋଗ୍ରା ଏବଂ ସୁନୀଲ ପ୍ରମୁଖ ଅଭିନୟ କରିଛନ୍ତି।  ଏଥିରେ ଦୀପିକା ପାଦୁକୋନ  ଓ ସଞ୍ଜୟ ଦତ୍ତଙ୍କୁ ଏଥିରେ ଏକ ସ୍ୱତନ୍ତ୍ର କେମିଓ ଭୂମିକାରେ ଦେଖିବାକୁ ମିଳିଛି। ଶାହରୁଖ ଖାନଙ୍କ ଏହି ଫିଲ୍ମ ହିନ୍ଦୀ ନେଟ୍ ଅଫ୍ ଅଲ୍ ଟାଇମ୍‌ରେ ସର୍ବାଧିକ କୋଟିର ଓପେନିଂ କରି ଏକ ନୂଆ ଇତିହାସ ସୃଷ୍ଟି କରିଛି। ସାଉଥର ସିନେମାର ଜଣାଶୁଣା ନିର୍ଦ୍ଦେଶକ ଆଟଲି  ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି।

‘ଜୱାନ’ ପରେ ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ଡୁଙ୍କି’ ଖୁବଶିଘ୍ର ରିଲିଜ୍ ହେବାକୁ ଯାଇଛି। ଚଳିତ ଡିସେମ୍ବର ୨୨ରେ ‘ଡୁଙ୍କି’ ପରଦାକୁ ଆସିବ। ଏହି ଫିଲ୍ମରେ ଶାହାରୁଖ୍ ଖାନଙ୍କ ବ୍ୟତିତ ତାପସୀ ପନ୍ନୁ, ରାଜକୁମାର ହିରାନୀ, ଭିକି କୌଶଲ, ସତୀଶ ସାହା, ବୋମାନ୍ ଇରାନୀ ଓ ଜେରେମି ଓ୍ବିଲର ଭଳି ଅଭିନେତା ନଜର ଆସିବେ।  ତେବେ, ଏହି ଫିଲ୍ମଟି ପାଖାପାଖି ୧୦୦ କୋଟି ବଜେଟରେ ତିଆରି ହୋଇଛି। ଫିଲ୍ମର କାହାଣୀ କନିକା ଦିଲୋନ, ରାଜକୁମାର ହିରାନୀ ଓ ଅଭିଜିତା ଯୋଶି ଲେଖିଛନ୍ତି। ଫିଲ୍ମଟିକୁ ରାଜକୁମାର ନିର୍ଦ୍ଦେଶନା ଦେଇଥିବା ବେଳେ ଗୌରୀ ଖାନ ଓ ରାଜ କୁମାର ହିରାନୀ ପ୍ରଯୋଜକ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking