25.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଅନ୍ତନଳୀକୁ ସୁସ୍ଥ ରଖେ ଏହି ଛତୁ

ଅନ୍ତନଳୀକୁ ସୁସ୍ଥ ରଖେ ଏହି ଛତୁ

ନୂଆଦିଲ୍ଲୀ : ଖାଦ୍ୟରେ ଅଧିକ ଖାଇବାଯୋଗ୍ୟ କବକ ସାମିଲ କରନ୍ତୁ । ଏହା ଦ୍ୱାରା ପାଶ୍ଚାତ୍ୟ-ଶୈଳୀ ଖାଦ୍ୟ ସହ ସଂଶ୍ଳିଷ୍ଟ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରାଯାଇପାରେ । ପାଶ୍ଚାତ୍ୟ ଶୈଳୀ ଖାଦ୍ୟରେ ଅଧିକ ଚର୍ବି ଓ ଶର୍କରା ଥାଏ। ଯାହା ମେଦବୃଦ୍ଧି, ଟାଇପ୍‌-୨ ମଧୁମେହ, ହୃଦ୍‌ରୋଗ, ନିର୍ଦ୍ଦିଷ୍ଟ କର୍କଟ ଏବଂ ଅନ୍ୟ ପୁରୁଣା ସ୍ୱାସ୍ଥ୍ୟ ସମସ୍ୟାର କାରକ ଅଟେ । ଖାଦ୍ୟ ଓ ଜୀବନଶୈଳୀ ଓ ସେମାନଙ୍କ ମେଟାବଲିକ୍‌ ସମ୍ପର୍କିତ ଜିନ୍‌ର ପ୍ରକାର କିପରି ପୁରୁଣା ରୋଗଗୁଡ଼ିକର ବିକାଶକୁ ପ୍ରଭାବିତ କରିବା ପାଇଁ ପାରସ୍ପରିକ କାର୍ଯ୍ୟ କରିଥାଏ, ମାସାଚୁସେଟ୍‌ସ ୟୁନିଭର୍ସିଟିର ଗବେଷକମାନେ ତାହା ଯାଞ୍ଚ୍‌ କରିଥିଲେ ।

ମେଦବହୁଳତା ଓ ଇନ୍‌ସୁଲିନ୍‌ ପ୍ରତିରୋଧକୁ ରୋକିବା ବା ଚିକିତ୍ସା କରିବା ଲାଗି ଗବେଷକ ଟିମ୍‌ ମେଟାବଲିକ୍‌ ଟାର୍ଗେଟ୍‌ ଉପରେ ଫୋକସ୍‌ କରିଥିଲେ । ଅନ୍ତନଳୀରେ ଶିଥିଳତାକୁ ଅନ୍ୟତମ ତନ୍ତ୍ର ବୋଲି ସେମାନେ ଜାଣିବାକୁ ପାଇଲେ, ଯାହାର ପାଶ୍ଚାତ୍ୟ ଶୈଳୀ ଖାଦ୍ୟ ସହ ସମ୍ପୃକ୍ତ ରୋଗର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି ବୋଲି ମାସାଚୁସେଟ୍ସ ୟୁନିଭର୍ସିଟିର ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥ ଆଣ୍ଡ ହେଲ୍‌ଥ ସାଇନ୍ସର ଆସୋସିଏଟ୍‌ ପ୍ରଫେସର ଝେନ୍‌ହୁଆ ଲିଉ କହିଛନ୍ତି । ସେମାନେ ଜାଣିବାକୁ ପାଇଲେ, ସମଗ୍ର ବିଶ୍ୱରେ ମିଳୁଥିବା ସନ୍‌ଡ୍ରାଏଡ୍‌ ଓୟେଷ୍ଟର ଛତୁରେ ତନ୍ତୁ ଓ ଭିଟାମିନ୍‌-ଡି ଭଳି ଏକାଧିକ ପୋଷକ ତତ୍ତ୍ୱ ଓ ଅନନ୍ୟ ଆହାର ସଂରଚନା ରହିଛି, ଯାହା ପାଶ୍ଚାତ୍ୟ ଶୈଳୀ ଖାଦ୍ୟରେ ନାହିଁ । ଏକ ପ୍ରାକୃତିକ ପୂର୍ଣ୍ଣ ଆହାର ରୂପେ ଏହା ଏକ ଉପଯୁକ୍ତ ଖାଦ୍ୟ, ଯାହା ପାଶ୍ଚାତ୍ୟ ଶୈଳୀ ଖାଦ୍ୟର ଗୁଣବତ୍ତାରେ ଉନ୍ନତି କରିଥାଏ । ଆମ ଅନ୍ତନଳୀ ସ୍ୱାସ୍ଥ୍ୟକୁ ସୁଧାରିବାରେ ଏହା ବେଶ ଫଳପ୍ରଦ ବୋଲି ଲିଉ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking