32.1 C
Bhubaneswar
Thursday, February 13, 2025
Homeଓଡିଶାସାପୁଆ ନଦୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ସାପୁଆ ନଦୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ଆଠଗଡ଼ : ସାପୁଆ ନଦୀରେ ଗାଧେଇବାକୁ ଯାଇ ବୁଡି ଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଠଗଡ଼ ଥାନା ଅନ୍ତର୍ଗତ କଟକିଆସାହି ପଞ୍ଚାୟତ ଅଧିନ ବାଲିସାହି ଗ୍ରାମର ଉଦ୍ଧବ ସ୍ବାଇଁ(୭୫) ବୋଲି ଜଣାପଡିଛି । ଆଜି ଉଦ୍ଧବ ସ୍ବାଇଁ ସାପୁଆ ନଦୀକୁ ଗାଧେଇବାକୁ ଯାଇଥିଲେ। କୌଣସି କାରଣ ବଶତଃ ତାଙ୍କର ଗୋଡ ଖସିଯିବାରୁ ନଦୀରେ ବୁଡି ଯାଇଥିଲେ। ସାପୁଆ ନଦୀରୁ ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ଉଦ୍ଧବ ସ୍ବାଇଁଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଡାକ୍ତରଖାନାରେ ପହଞ୍ଚି ଉଦ୍ଧବ ସ୍ବାଇଁଙ୍କ ମୃତଦେହ ଜବତ ପରେ ବ୍ୟବଛେଦ କରିଥିଲେ। ଆଠଗଡ ଥାନାରେ ଏ ସଂକ୍ରାନ୍ତରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking