27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଏହି ଫିଲ୍ମ ତୁମ ଭାଗ୍ୟ ବଦଳାଇଦେବ: ଅନୀଲ କପୁର

ଏହି ଫିଲ୍ମ ତୁମ ଭାଗ୍ୟ ବଦଳାଇଦେବ: ଅନୀଲ କପୁର

ମୁମ୍ୱାଇ : ରିଲିଜ ଅପେକ୍ଷାରେ ଫିଲ୍ମ ଆନିମଲ୍ । ଫିଲ୍ମରେ ଲିଡରେ ନଜର ଆସିଛନ୍ତି ଅଭିନେତା ରଣବୀର କପୁର ଓ ସାଉଥ ସୁନ୍ଦରୀ ରଶ୍ମିକା ମନ୍ଦାନା । ତେବେ ଫିଲ୍ମରେ ଅନ୍ୟାନ୍ୟ ଭୂମିକାରେ ନଜର ଆସିବେ ବବି ଦେଓଲ, ଅନୀଲ କପୁରଙ୍କ ସହ ଅନେକ କଳାକାର । ଖାସ୍ କରି ଏହି ଫିଲ୍ମରେ ବବିଙ୍କ ଭୂମିକାକୁ ନେଇ ଅନେକ ସସ୍‌ପେନ୍ସ ନଜର ଆସିଛି । ଫିଲ୍ମକୁ ନେଇ ଫ୍ୟାନ୍ସ ବି ଉତ୍ସାହୀତ ଅଛନ୍ତି ।

ଜୋରଦାର ପ୍ରମୋସନ କରିବାରେ ବ୍ୟସ୍ତ ପୂରା ଟିମ୍ । ନିକଟରେ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିଲା ଫିଲ୍ମର ପ୍ରି ରିଲିଜ ଇଭେଣ୍ଟ । ଯେଉଁଥିରେ ନଜର ଆସିଥିଲେ ସାଉଥ ସେଲିବ୍ରିଟି । ମହେଶ ବାବୁ, ରାଜାମୌଲୀ ବି ନଜର ଆସିଥିଲେ । ଇଭେଣ୍ଟରେ ଅନିଲ୍ କପୁର ବି ଉପସ୍ଥିତ ଥିଲେ । ଏତିକିବେଳେ ଅନିଲ୍ କହିଥିଲେ ଆନିମଲ୍ ମୁଭି ବଦଳାଇଦେବ କ୍ୟାରିୟର ।

ଅନିଲ୍ ଆହୁରି କହିଥିଲେ ଏହି ଚଳଚ୍ଚିତ୍ର ବବିଙ୍କ କ୍ୟାରିୟର ବି ବଦଳାଇଦେବ । ମୁ କେବେ ମିଛ କୁହେନି, ମୁଁ କହିରଖୁଛି ଏହି ଫିଲ୍ମ ତମ ଭାଗ୍ୟ ବଦଳାଇଦେବ । ଆଉ ଅନିଲଙ୍କ ଏହି କମେଣ୍ଟ ବବିଙ୍କ ହୃଦୟଙ୍କୁ ଯାଇଥିଲା ଛୁଇଁ । ବବି ଏହା ଶୁଣିବା ପରେ ସିନିୟର ଆକ୍ଟରଙ୍କୁ ଆଲିଙ୍ଗନ କରିବା ସହ ସଂଗେ ସଂଗେ କୃତଜ୍ଞତା ଜଣାଇଥିଲେ ।

ଅନିଲ୍ ଓ ବବିଙ୍କ ବଣ୍ଡିଂ ଦେଖି ସେଠାରେ ଥିବା ଅଡିୟନ୍ସ ଚିୟର ଅପ୍ କରିଥିଲେ । କହିବାକୁ ଗଲେ ଫିଲ୍ମରେ ବବିଙ୍କୁ ଦେଖିବାକୁ ମିଳିବ ନେଗେଟିଭ୍ ଚରିତ୍ରରେ । ଟ୍ରେଲର ଓ ଟିଜର ଦେଖିବା ପରେ ଲୋକେ ବବି ଏବଂ ରଣବୀରଙ୍କ ଅଭିନୟକୁ ଜୋରଦାର ପ୍ରଶଂସା କରୁଛନ୍ତି ।

ଦିନ ଥିଲା ବବିଙ୍କ ଫ୍ଲପ ଷ୍ଟାର ହିସାବରେ ଗଣାହେଉଥିଲା । ତାଙ୍କ ପାଖରେ ଫିଲ୍ମ ବି ନଥିଲା । ପରେ ରେସ୍ ୩ ପରେ ତାଙ୍କ କ୍ୟାରିୟର ପୁଣିଥରେ ଟ୍ରାକ୍‌କୁ ଫେରିଥିଲା । ଏବେ ପୁଣିଥରେ ସେ ଆନିମଲ୍ ଜରିଆରେ କମବ୍ୟାକ୍ କରିବାକୁ ଯାଉଛନ୍ତି । ଯାହା ଲାଗୁଛି ଏହା ତାଙ୍କ କ୍ୟାରିୟରର ମୋଡ ବଦଳାଇପାରେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking