29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଆଧାର ତଥ୍ୟ ବ୍ୟକ୍ତିଗତ, ପତ୍ନୀ ମଧ୍ୟ ହାସଲ କରିପାରିବେ ନାହିଁ: କର୍ଣ୍ଣାଟକ ହାଇକୋର୍ଟ

ଆଧାର ତଥ୍ୟ ବ୍ୟକ୍ତିଗତ, ପତ୍ନୀ ମଧ୍ୟ ହାସଲ କରିପାରିବେ ନାହିଁ: କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୁରୁ: କ’ଣ ସ୍ବାମୀ କିମ୍ବା ସ୍ତ୍ରୀ ନିଜ ସାଥୀଙ୍କ ଆଧାର କାର୍ଡ ସୂଚନା ହାସଲ କରିବା ଅଧିକାର ? ଯଦି ହଁ, ତେବେ କର୍ଣ୍ଣାଟକ ହାଇକୋର୍ଟଙ୍କ ଏହି ରାୟକୁ ପଢ଼ିନେବା ଆବଶ୍ୟକ । କର୍ଣ୍ଣାଟକ ଉଚ୍ଚ ଅଦାଲତ ଏକ ଆବେଦନର ଶୁଣାଣି କରି ଏହା ଉପରେ ରାୟ ପ୍ରକାଶ କରିଛନ୍ତି । କୋର୍ଟ ଜବାବ ଦେଇ କହିଛନ୍ତି, ସ୍ବାମୀ କିମ୍ବା ସ୍ତ୍ରୀ କେବଳ ବିବାହ ଆଧାରରେ ନିଜର ସାଥୀର ଆଧାର କାର୍ଡ ସୂଚନା ଏକତରଫା ଭାବେ ହାସଲ କରିପାରିବେ ନାହିଁ । ବିବାହ  ‘Right to Privacy’ ଉପରେ ପ୍ରଭାବ ପକାଇ ପାରିବ ନାହିଁ ।

କର୍ଣ୍ଣାଟକ ହାଇକୋର୍ଟ ଯାଚିକାର ଶୁଣାଣି କରି କହିଛନ୍ତି, ଜଣେ ମହିଳା କେବଳ ବିବାହ ସମ୍ପର୍କ ଆଧାରରେ ନିଜ ସାଥୀର UID ଡାଟାକୁ ହାସଲ କରିପାରିବେ ନାହିଁ  । ଏହା ତାଙ୍କ ଅକାଧିର ଭିତରେ ଆସୁନାହିଁ । ଏହା ଜଣେ ବ୍ୟକ୍ତିର ‘Right to Privacy’ ଅଧିକାରକୁ ପ୍ରଭାବିତ କରିବ । ଜଷ୍ଟିସ୍ ଏସ. ସୁନିଲ୍ ଦତ୍ତ ଯାଦବ ଏବଂ ଜଷ୍ଟିସ୍ ବିଜୟକୁମାର ଏ ପାଟିଲଙ୍କ ଖଣ୍ଡପୀଠ ମାମଲା ଶୁଣାଣି କରି ବିବାହ ଆଧାରରେ ଗୋପନୀୟ ତଥ୍ୟ ହାସଲ କରିବାକୁ ନା କହିବା ସହିତ ସମ୍ବିଧାନ ଦ୍ବାରା ନିର୍ଦ୍ଧାରିତ ପ୍ରକ୍ରିୟାକୁ ପାଳନ କରିବାକୁ କହିଛନ୍ତି ।

ହାଇକୋର୍ଟଙ୍କ ଏହି ରାୟ, ହୁବୁଲି ଜିଲ୍ଲାର ଜଣେ ମହିଳାଙ୍କ ଦ୍ବାରା ଆବେଦନ ହୋଇଥିବା ଯାଚିକାରେ ଆସିଛି । ଯେଉଁଥିରେ ମହିଳା ଜଣଙ୍କ ନିଜଠାରୁ ଅଲଗା ରହୁଥିବା ସ୍ବାମୀଙ୍କ ଆଧାର ନମ୍ବର, ନାମାଙ୍କନ ବିବରଣୀ ଏବଂ ଫୋନ ନମ୍ବର ମାଗିଥିଲେ । ମହିଳା ନିଜ ସ୍ବାମୀଙ୍କ ବିରୋଧରେ ପରିବାର ଅଦାଲତରେ ଭରଣ-ପୋଷଣ ଆଦେଶରେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଆଧାର କରି ଯାଚିକା ଦାୟର କରିଥିଲେ । ମହିଳାଙ୍କ କହିବା ଅନୁଯାୟୀ, ସ୍ବାମୀଙ୍କ ଠିକଣା ମିଳୁନଥିବାରୁ ତାଙ୍କ ବିରୋଧରେ ପରିବାର କୋର୍ଟ  ଦେଇଥିବା ଅଦେଶ ଲାଗୁ ହୋଇପାରୁନାହିଁ । ଏଥିପାଇଁ ସେ ୟୁନିକ୍ ଆଇଡିଣ୍ଟିଫିକେସନ ଅଥୋରିଟୀ ଅଫ୍ ଇଣ୍ଡିଆ ଅଫିସ୍ ଯାଇଥିଲେ ।

ହେଲେ ଆଧାର ଅଥୋରିଟୀ ତାଙ୍କ ଆବେଦନକୁ ଫେବ୍ରୁଆରୀ ୨୫ ତାରିଖରେ ଖାରଜ୍ କରିଥିଲେ ଏବଂ ଏହା ପ୍ରାପ୍ତ କରିବାକୁ ହେଲେ ହାଇକୋର୍ଟଙ୍କ ଆଦେଶ ସହିତ କିଛି ଆବଶ୍ୟକ କାଗଜପତ୍ର ଆଣିବାକୁ ହେବ ବୋଲି କହିଥିଲେ । ଏହା ପରେ ମହିଳା ଜଣଙ୍କ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହେଲେ ମାମଲାର ଶୁଣାଣି କରୁଥିବା ଦୁଇ ଜଣିଆ ଖଣ୍ଡପୀଠ ସୁପ୍ରିମକୋର୍ଟଙ୍କ ଏକ ଟିପ୍ପଣୀକୁ ଦେଇ ଯାଚିକାକୁ ଖରାଜ୍ କରିଛନ୍ତି । ବିବାହ ଆଧାରରେ କୌଣସି ବ୍ୟକ୍ତିର ବ୍ୟକ୍ତିଗତ ତଥ୍ୟ ଦିଆଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking