25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶନୂଆ ବର୍ଷରୁ ମହଙ୍ଗା ହେବ କାର

ନୂଆ ବର୍ଷରୁ ମହଙ୍ଗା ହେବ କାର

ନୂଆଦିଲ୍ଲୀ: ନୂଆ ବର୍ଷରୁ ମହଙ୍ଗା ହେବ କାର । ବିଭିନ୍ନ ନାମୀଦାମୀ କାର ନିର୍ମାତା ନିଜର କାରର ଦାମ ବଢ଼ାଇବାକୁ ଯୋଜନା କରୁଛନ୍ତି । ବଢ଼ୁଥିବା ମୁଦ୍ରାସ୍ପୀତି ପାଇଁ କାରର ଦାମ ବଢ଼ାଇବାକୁ ବିଚାର କରାଯାଉଛି । ଏହା ସହ କଞ୍ଚାମାଲର ମୂଲ୍ୟ ବୃଦ୍ଧି ମଧ୍ୟ ଅନେକାଂଶରେ ଦାୟୀ । ଅଡ଼ି, ମର୍ସିଡିଜ, ସୁଜୁକି, ଟାଟା, ମହିନ୍ଦ୍ରା ଆଦି ନାମୀଦାମୀ କାର କମ୍ପାନୀ ନିଜ ଗାଡ଼ିର ରେଟ ବଢ଼ାଇବା କଥା ବିଚାର କରୁଛନ୍ତି ।

ମାରୁତି ସୁଜୁକି ଆସନ୍ତା ନୂଆ ବର୍ଷରୁ ଦର ବଢ଼ାଇବ ବୋଲି ଗତକାଲି ଘୋଷଣା କରିଛି । ତେବେ କାର ଗୁଡ଼ିକର ଦାମ କେତେ ମାତ୍ରାରେ ବୃଦ୍ଧି ହେବ ସେନେଇ ସବିଶେଷ ଭାବେ କୌଣସି ତଥ୍ୟ ମିଳି ପାରିନାହିଁ । ମଡ଼େଲ ଆଧାରରେ ଦରବୃଦ୍ଧି ଭିନ୍ନ ଭିନ୍ନ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଗତ ଏପ୍ରିଲରେ ମାରୁତି ନିଜର କାର ଗୁଡ଼ିକର ଦାମ୍ ବଢ଼ାଇଥିଲା ।

ସେହିପରି ଲକଜ୍ୟୁରୀ କାର ନିର୍ମାତା ଅଡ଼ି ମଧ୍ୟ ଆସନ୍ତା ବର୍ଷରୁ ନିଜର ମଡ଼େଲ ଗୁଡ଼ିକ ଉପରେ ୨ ପ୍ରତିଶତ ମୂଲ୍ୟ ବୃଦ୍ଧି କରିବ ବୋଲି ଗତକାଲି ଘୋଷଣା କରିଛି । ପରିଚାଳନା ଖର୍ଚ୍ଚ ପାଇଁ କାର ମୂଲ୍ୟ ବୃଦ୍ଧି କରିବାକୁ ପଡ଼ିବ ବୋଲି କମ୍ପାନୀ ତରଫରୁ କୁହା ଯାଇଛି । ତେବେ ଦରବୃଦ୍ଧିର ପ୍ରଭାବ ଯଥା ସଂଭବ କମ୍ ରଖିବାକୁ ଚେଷ୍ଟା କରାଯିବ ବୋଲି କମ୍ପାନୀ ତରଫରୁ ସଫେଇ ଦିଆ ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking