28.1 C
Bhubaneswar
Sunday, July 13, 2025
Homeଓଡିଶାବରୀ ବିଧାନସଭା କ୍ଷେତ୍ରରେ ଗୋଲା ସମାଜର ପ୍ରତିନିଧିତ୍ଵ ପାଇଁ ଦାବି, ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ...

ବରୀ ବିଧାନସଭା କ୍ଷେତ୍ରରେ ଗୋଲା ସମାଜର ପ୍ରତିନିଧିତ୍ଵ ପାଇଁ ଦାବି, ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ କଲେ ନିବେଦନ

ଯାଜପୁର : ଯାଜପୁର ଜିଲ୍ଲା ବରୀ ବିଧାନସଭା ଆସନ ପାଇଁ ତିନି ପ୍ରମୁଖ ଦଳ ଏଯାବତ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ବରୀ ଆସନ ପାଇଁ ନିଖିଳ ଉତ୍କଳ ଗୋଲା ସମାଜ ଯାଜପୁର ଶାଖା ପକ୍ଷରୁ ଆଜି ରତ୍ନଗିରି ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଚଳିତ ନିର୍ବାଚନରେ ଗୋଲା ସମାଜ ସଂଗଠନର ପ୍ରତିନିଧିତ୍ଵ ପାଇଁ ଏହି ସମ୍ମିଳନୀରେ ଦାବି କରାଯାଇଛି। ବିଶେଷ କରି ବରୀ ବ୍ଲକର ରତ୍ନଗିରି, ମନ୍ଦାରୀ, ଚନ୍ଦନପୁର,ଧାରପୁର, ଇଶାଣପୁର, ବାଲିଆ, ସ୍ୱାଇଁଖଣ୍ଡ ଆଦି ପଞ୍ଚାୟତରେ ପ୍ରାୟ ୨୦ହଜାରରୁ ଉର୍ଦ୍ଧ୍ବ ସାବାଳକ ସଂଗଠନକୁ ମଜବୁତ କରିବାରେ ସହାୟକ ହୋଇଛନ୍ତି। ସମାଜର ଆର୍ଥିକ ଅନଗ୍ରସର, ଅବହେଳିତ, ପଛୁଆ ବର୍ଗର ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ଲକ୍ଷ ନେଇ ସଂଗଠନ ୩୦ବର୍ଷ ହେବ ବିଧାନସଭାରେ ପ୍ରତିନିଧିତ୍ଵ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରି ଆସୁଛନ୍ତି। ଏହିକ୍ରମରେ ଚଳିତ ବିଧାନସଭା ନିର୍ବାଚନରେ ସଂଗଠନର ଅଶୋକ କୁମାର ବେହେରାଙ୍କୁ ପ୍ରାର୍ଥୀ ରୂପେ ମନୋନୟନ କରିବାକୁ ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ ନିବେଦନ କରିଛନ୍ତି। ଏହି ସମ୍ମିଳନୀରେ ଜିଲ୍ଲା ଶାଖାର କର୍ମକର୍ତ୍ତା ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking