28.1 C
Bhubaneswar
Wednesday, May 22, 2024
Homeଖେଳଆଜି ପଞ୍ଜାବ କିଙ୍ଗସ ବନାମ ସନରାଇଜର୍ସ ହାଇଦ୍ରାବାଦ

ଆଜି ପଞ୍ଜାବ କିଙ୍ଗସ ବନାମ ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ : ଗୁଜୁରାଟ ବିପକ୍ଷରେ ଶଶାଙ୍କ ସିଂଙ୍କ ୨୯ ବଲରେ ୬୧ ରନ ସାହାଯ୍ୟରେ ପଞ୍ଜାବ ମ୍ୟାଚ ଜିତିଥିଲେ । ହାର ମୁହଁରୁ ଫେରାଇ ଆଣିଥିବା ଶଶାଙ୍କ ଉପରେ ଆଜି ସମସ୍ତଙ୍କର ନଜର ରହିବ । ଆଜିର ମ୍ୟାଚ ଚଣ୍ଡୀଗଡ଼ରେ ପଞ୍ଜାବ କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ଦୁଇ ଦଳ ଚାରୋଟି ମ୍ୟାଚ ଖେଳିଥିବାବେଳେ ୨ ଟି ମ୍ୟାଚରେ ବିଜୟ ହାସଲ କରିଥିବାବେଳେ ୨ଟି ମ୍ୟାଚରେ ପରାସ୍ତ ହୋଇଛନ୍ତି । ନେଟ୍ ରନ ରେଟରେ ସାମାନ୍ୟ ଅନ୍ତର ହେତୁ ସନରାଇଜର୍ସ ହାଇଦ୍ରାବାଦ ପଏଣ୍ଟସ ଟେବୁଲର ପଞ୍ଚମ ସ୍ଥାନରେ ରହିଥିବାବେଳେ ପଞ୍ଜାବ କିଙ୍ଗସ ଷଷ୍ଠ ସ୍ଥାନରେ ରହିଛି । ପୂର୍ବରୁ ଦୁଇ ଦଳ ୨୧ ଥର ଭେଟ ହୋଇଥିବାବେଳେ ହାଇଦ୍ରାବାଦ, ପଞ୍ଜାବ ଉପରେ ଭାରି ପଡିଛି । ସନରାଇଜର୍ସ ହାଇଦ୍ରାବାଦ ୧୪ ଟି ମ୍ୟାଚରେ ବିଜୟ ହାସଲ କରିଥିଲାବେଳେ ପଞ୍ଜାବ ୭ ଟି ମ୍ୟାଚ ଜିତିଛି । ତେବେ ଆହତ ହେତୁ ପୂର୍ବ ମ୍ୟାଚରୁ ବାଦ ପଡିଥିବା ଲିବିଙ୍ଗଷ୍ଟୋନ ଆଜି ମ୍ୟାଚରେ ଉପଲବ୍ଧ ଥିବା ପଞ୍ଜାବ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking