ନୂଆଦିଲ୍ଲୀ : ଅଶ୍ବିନୀ ପରାସରଙ୍କ ବହି ‘ଚାଣକ୍ୟ ନୀତି’ ଅନୁସାରେ, ଚାଣକ୍ୟ-ନୀତି ଶାସ୍ତ୍ରର ଷଷ୍ଠ ଅଧ୍ୟାୟରେ ଆଚାର୍ଯ୍ୟ ଚାଣକ୍ୟଙ୍କୁ କହିଥିଲେ ପ୍ରତି ମଣିଷ ଗଧଠାରୁ ତିନି ଗୁଣା ଶିଖିବା ଦରକାର। ଯଦି କୌଣସି ବ୍ୟକ୍ତି ଏହି ତିନୋଟି କଥା ନିଜ ଜୀବନରେ ବ୍ୟବହାର କରେ ତେବେ ସେ ଜୀବନରେ କେବେ ଧୋକ୍କା ଖାଏନି ଓ ତାକୁ ସଫଳତା ମିଳିବ।
ଆଳସ୍ୟ ତ୍ୟାଗ କର: ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ଯେଉଁଭଳି ଭାବରେ ଗଧ ଅଧିକ ଥକି ଯିବା ପରେ ମଧ୍ୟ ବୋଝ ବୋହି ଚାଲିଥାଏ, ଆଳସ୍ୟ କରେନି। ସେଭଳି ବୁଧିମାନ ବ୍ୟକ୍ତିକୁ ମଧ୍ୟ ଆଳସ୍ୟ ନକରି ନିଜର ଲକ୍ଷ୍ୟ ପ୍ରାପ୍ତି କରିବା ପାଇଁ ସବୁବେଳେ ଚେଷ୍ଟା କରିବା ଦରକାର। ଏହା ସହିତ କେବେ ବି ନିଜର ଲକ୍ଷ୍ୟରୁ ବିଚ୍ୟୁତ ହେବା ଉଚିତ ନୁହେଁ।
ପାଗ ପରିବର୍ତ୍ତନକୁ ଭୟ କରନି: ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ଗଧ ସବୁ ପାଗରେ ଓ ସବୁ ସ୍ଥିତିରେ ନିଜର କାମ କରିଥାଏ। ଠିକ୍ ସେଭଳି ମଣିଷକୁ ମଧ୍ୟ ସବୁ ପ୍ରତିକୂଳ ପରିସ୍ଥିତିରେ ନିଜର କାମ କରିବା ଦରକାର। ଶୀତ, ଖରା କିମ୍ବା ବର୍ଷା ପାଗ ହେଉ ପଛେ କେଉଁଥିରେ ବିଚଳିତ ନହୋଇ ନିଜର ଲକ୍ଷ୍ୟରେ ପହଁଞ୍ଚିବା ଦରକାର।
ସନ୍ତୋଷର ସହ ଆଗକୁ ବଢିବା ଦରକାର: ଗଧ ଯେଉଁଭ ସନ୍ତୁଷ୍ଟ ହୋଇ ଯେ କୌଣସି ସ୍ଥାନରେ ଚରିଥାଏ,ଠିକ୍ ସେଭଳି ବୁଦ୍ଧିମାନ ବ୍ୟକ୍ତିକୁ ମଧ୍ୟ ସବୁବେଳେ ଖୁସି ରହିବା ଦରକାର। ବ୍ୟକ୍ତିକୁ ଫଳର ଚିନ୍ତା ନକରି ସନ୍ତୋଷର ସହ କାମ କରିବା ଦରକାର।