29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଆସନ୍ତାକାଲି ଠାରୁ ବଦଳିଯିବ ଏସବୁ ନିୟମ

ଆସନ୍ତାକାଲି ଠାରୁ ବଦଳିଯିବ ଏସବୁ ନିୟମ

ନୂଆଦିଲ୍ଲୀ:ଆଜି ବର୍ଷ ୨୦୨୩ର ଶେଷ ଦିନ । ଆସନ୍ତା କାଲି ଠାରୁ ୨୦୨୪ ଆରମ୍ଭ ହେବାକୁ ଯାଉଛି । ଜାନୁଆରୀ ୧ ୨୦୨୪ରୁ କେବଳ ବର୍ଷ ବଦଳୁନାହିଁ ଏହସହ ଅନେକ ନିୟମର ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଏହାର ପ୍ରଭାବ ସାଧାରଣ ଲୋକଙ୍କ ଦୈନଦିନ ଜୀବନ ଉପରେ ପଡିବ । ଆସନ୍ତା କାଲିଠାରୁ ଆୟକର ଠାରୁ ନେଇ ସିମ୍ କାର୍ଡ ଓ ବ୍ୟାଙ୍କ ଲକର ଠାରୁ ଆରମଭ କରି ଅନ୍ୟ କିଛି ନିୟମର ପରିବର୍ତ୍ତନ ହେବାକୁ ଯାଉଛି । ଏହାକୁ ନଜରରେ ରଖି କିଛି ଲୋକ ଆଜି ମଧ୍ୟ ନିଜର ସମସ୍ତ ଗୁରତ୍ୱପ୍ରୂ୍ଣ୍ଣ କାର୍ଯ୍ୟ ସାରିବାକୁ ଚେଷ୍ଟା କରିବା ଉଚିତ୍ ।

ଆୟକର ରିର୍ଟଣ୍ଣ କରିବାର ନିୟମ : ୨୦୨୨-୨୩ ଆର୍ଥିକ ବର୍ଷରେ ଜରିମାନା ସହ ଆୟକର ରିର୍ଟଣ୍ଣ ଫାଇଲ କରିବାର ଆଜି ହେଉଛି ଶେଷ ତାରିଖ । ଯଦି ଆପଣ ନିର୍ଦ୍ଧାରିତ ସୀମା ପୂର୍ବରୁ ଏପରି ନ କରନ୍ତି ତେବେ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । କେବଳ ଏତିକି ନୁହେଁ ବିଳମ୍ବରେ ଆଇଟିଆର ଫାଇଲ କଲେ ୫ ହଜାର ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇପାରିବ  । ତେବେ ଯେଉଁମାନଙ୍କ ବାର୍ଷିକ ଆୟ ୫ ଲକ୍ଷ ଟଙ୍କାରୁ କମ୍ ସେମାନଙ୍କୁ ମାତ୍ର ୧ ହଜାର ଟଙ୍କା ଦେବାକୁ ପଡିବ ।

ଆଧାରକାର୍ଡ ଅପଡେଟ୍ ସମ୍ବନ୍ଧୀୟ ନିୟମ : ବିନା କୌଣସି ଅତିରିକ୍ତ ଦେୟରେ ଆଧାର ଅପଡେଟ୍ କରିବାର ଶେଷ ତାରିଖ ହେଉଛି ୨୦୨୩ ଡିସେମ୍ବର ୩୧ ତାରିଖ । ଯଦି ଆପଣ ଏହି ତାରିଖ ସୁଦ୍ଧା ଆଧାରକାର୍ଡ ଅପଡେଟ୍ କରିବାରେ ଅସମର୍ଥ ହୁଅନ୍ତି ତେବେ ୨୦୨୪ ଜାନୁଆରୀ ପହିଲା ଠାରୁ ଆପଣଙ୍କୁ ଡକ୍ୟୁମେଣ୍ଟରେ କୌଣସି ପରିବର୍ତ୍ତନ ପାଇଁ ୫୦ ଟଙ୍କା ଦେବାକୁ ପଡିବ ।

ବ୍ୟାଙ୍କ ଲକର ନିୟମ:ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମ ମୁତାବକ ବ୍ୟାଙ୍କରେ ଲକର ରଖିଥିବା ଗ୍ରାହକମାନେ ଏବେ ସଂଶୋଧିତ ବ୍ୟାଙ୍କ ଲକର ଚୁକ୍ତିରେ ୩୧ ଦିନ ମଧ୍ୟରେ ଦସ୍ତଖତ କରି ଜମା କରିପାରିବେ । ନୂଆ ନିୟମ ମୁତାବକ ଯଦି ସେମାନେ ଏହି ସମୟ ସୀମା ମଧ୍ୟରେ ଏପରି ନ କରନ୍ତି ତେବେ ୨୦୨୪ ଜାନୁଆରୀ ପହିଲାରୁ ସେମାନଙ୍କ ବ୍ୟାଙ୍କ ଲକର ଫ୍ରିଜ ହୋଇଯିବ ।

ସିମ୍ କାର୍ଡ ସମ୍ବନ୍ଧୀୟ ନିୟମ : ୨୦୨୪ ଜାନୁଆରୀ ପହିଲାରୁ ସିମ୍ କାର୍ଡ କିଣିବା ଓ ରଖିବା ନିୟମର ବଡ ପରିବର୍ତ୍ତନ ହେବାକୁ ଯାଉଛି । ନୂଆବର୍ଷରେ ଗ୍ରାହକଙ୍କୁ ଏବେ ସିମ୍ କାର୍ଡ କିଣିବା ସମୟରେ କେୱାଇସି ଦାଖଲ କରିବାକୁ ପଡିବ । ସିମ୍ କାର୍ଡ କିଣିବା ସମୟରେ କାଗଜ ଭିତ୍ତିକ କେୱାଇସି ପ୍ରକ୍ରିୟା ଆରମ୍ଭ ହେବ । ସିମ୍ କାର୍ଡ ନେବା ସମୟରେ ଆପଣଙ୍କୁ ବାୟୋମେଟ୍ରିକ ଜରିଆରେ ନିଜର ବିବରଣୀ ନିଶ୍ଚିତ କରିବାକୁ ପଡିବ ।

ଡିମାଟ୍ ଆକାଉଣ୍ଟ ସହ ଜଡିତ ନିୟମ : ଯଦି ବ୍ୟାଙ୍କରେ ଆପଣଙ୍କର ଡିମାଟ୍ ଆକାଉଣ୍ଟ ରହିଛି ତେବେ ଆପଣଙ୍କୁ ଅଧିକ ସତର୍କ ରହିବାକୁ ପଡିବ । ସେବି ଅର୍ଥାତ ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ ଡିମାଟ୍ ଆକାଉଣ୍ଟରେ ନାମାଙ୍କନ ଯୋଡିବାର ଶେଷ ତାରିଖ ୨୦୨୩ ଡିସେମ୍ବର ୩୧ ତାରିଖ ଧାର୍ଯ୍ୟ କରିଛି । ଏଭଳି ସ୍ଥିତିରେ ଯେଉଁ ଆକାଉଣ୍ଟଧାରୀ ନୋମିନି ଯୋଡିବେ ନାହିଁ ସେମାନଙ୍କ ଡିମାଟ୍ ଆକାଉଣ୍ଟ ୨୦୨୪ ଜାନୁଆରୀ ପହିଲାରୁ ଫ୍ରିଜ୍ ହୋଇଯିବ ।

ଜାରି ହେବ ଏଲପିଜି ସିଲିଣ୍ଡରର ଦାମ୍ : ପ୍ରତିମାସ ଭଳି ସାଧାରଣତଃ ପ୍ରତିମାସ ୧ ତାରିଖରେ ଏଲପିଜି ଦାମ ବଦଳିଥାଏ । ନୂଆବର୍ଷ ଅବସରରେ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିବ ନା ମୁଦ୍ରାସ୍ପିତିର ଝଟକା ଲାଗିବ ତାହା ଆସନ୍ତା କାଲି ଜଣାପଡିବ । ୨୦୨୪ ଜାନୁଆରୀ ପହିଲରାରେ ଏଲପିଜି ସିଲିଣ୍ଡରର ନୂତନ ଦର ପ୍ରକାଶ ପାଇବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking