30.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶସ୍ପା ନାଁ ରେ ଚାଲିଥିଲା ଦେହ କାରବାର

ସ୍ପା ନାଁ ରେ ଚାଲିଥିଲା ଦେହ କାରବାର

ନୋଏଡା:- ଉତରପ୍ରଦେଶ ଗୌତମବୁଦ୍ଧ ନଗର ଜିଲ୍ଲାର ପୋଲିସ ଷ୍ଟେସନ ସେକ୍ଟର-୪୯ରେ  ସୋମବାର ବିଳମ୍ବିିତ ରାତିରେ ବ୍ଲକ-୫୧ ରେ ଥିବା  ଏକ ଗେଷ୍ଟ ହାଉସ୍‌ରେ ଚଢାଉ କରି ସେଠାରେ ଚାଲିଥିବା ସେକ୍ସ ରାକେଟ ଉପରୁ ପରଦା ଉଠାଇଛି । ଏଥି  ସହିତ ଏହାର ଅପରେଟରମାନଙ୍କୁ ଗିରଫ କରାଯାଇଛି । ଏହାପରେ ପୋଲିସ ୧୨ ଜଣ ଯୁବତୀଙ୍କୁ ଘଟଣାସ୍ଥଳରୁ ମୁକ୍ତ କରିଛି । ଏହାଛଡା ୧୪ ଗ୍ରାହକଙ୍କୁ ଅଟକ ରଖାଯାଇଛି ।
ଖବର ମୁତାବକ  ଅତିରିକ୍ତ ଡେପୁଟି କମିଶନର ରଣବିଜୟ ସିଂ କହିଛନ୍ତି ଯେ ସୋମବାର ବିଳମ୍ବିତ ରାତିରେ ବ୍ଲକ-୫୧ ଗେଷ୍ଟ ହାଉସରେ ପୋଲିସ ସେକ୍ଟର -୪୯ ଉପରେ ଚଢାଉ କରିଥିଲା । ଚଢାଉ ବେଳେ ଗେଷ୍ଟ ହାଉସ ଅପରେଟର ରମେଶ ଏବଂ ଅପରେଟର ମୋନିକାଙ୍କୁ ଗିରଫ କରିଥିଲା ।
ରଣବିଜୟ ସିଂ କହିଛନ୍ତି ଯେ ୧୪ ଜଣଙ୍କୁ ଘଟଣାସ୍ଥଳରେ ଅଟକ ରଖାଯାଇଛି । ପଚରାଉଚରା ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ ଉକ୍ତ ଗେଷ୍ଟ ହାଉସରେ ସେକ୍ସ ରାକେଟ ଚାଲିଥିଲା । ସେ କହିଛନ୍ତି ଯେ ଅନୁସନ୍ଧାନ ବେଳେ ପୋଲିସ ଜାଣିବାକୁ ପାଇଲା ଯେ ରମେଶ ଏବଂ ମୋନିକାଙ୍କ ସେକ୍ଟର-୧୮ ରେ ଏକ ସ୍ପା ମଧ୍ୟ ଅଛି ।
ସୂଚନା ଅନୁଯାୟୀ ଲକଡାଉନ ସମୟରେ ଏହି ସ୍ପା ବନ୍ଦ ରହିଥିଲା । ଯେଉଁଥିପାଇଁ ସେମାନେ ସେକ୍ଟର-୫୦ ରେ ଥିବା ଗେଷ୍ଟ ହାଉସରେ ସେମାନଙ୍କ ଗ୍ରାହକଙ୍କଠାରୁ ଅନଲାଇନ ବୁକିଂ କରି ଏକ ସେକ୍ସ ରାକେଟ ଚଳାଉଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking