ଭୁବନେଶ୍ୱର : ଗୃହ ଆରମ୍ଭରୁ ହଟ୍ଟଗୋଳ । ଏନେଇ ବିଜେପି ବିଧାୟକ ଈରାଶିଷ ଆଚାଯ୍ୟ ପ୍ରତିକ୍ରିୟା ରଖିଛନ୍ତି । ସାରା ଓଡିଶାବାସୀ ଚାହାନ୍ତି ବିଧାନସଭା ସୁରୁଖୁରୁରେ ଚାଲୁ । ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି ବିରୋଧୀ । କଂଗ୍ରେସ ମୁଲତବି ପ୍ରସ୍ତାବରେ ଆଲୋଚନା ପାଇଁ ପ୍ରସ୍ତୁତ ଥିଲୁ । ପ୍ରଶ୍ନକାଳରେ ହଟ୍ଟଗୋଳର କୌଣସି ଆବଶ୍ୟକତା ନଥିଲା । ବିଧାନସଭା ବଜେଟର ଆଜି ଦ୍ୱିତୀୟ ଅଧିବେଶନ । ପ୍ରଶ୍ନକାଳର ଆରମ୍ଭରୁ ହିଁ ବିଜୁଜନତା ଦଳ ଏବଂ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ । ବିଜେଡି , କଂଗ୍ରସର ପାଡିୟମ ତଳେ ନାରାବାଜି ଓ ପ୍ରତିବାଦ କରିଥିଲେ । ା ଯାହାଫଳରେ ଗୃହ କାଯ୍ୟ ସୁରୁଖୁରୁରେ ଚାଲିନଥିଲା । ଏନେଇ ମଧ୍ୟାହ୍ନ ୧୨ଟା ପଯ୍ୟନ୍ତ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢୀ । ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।