29.1 C
Bhubaneswar
Sunday, May 19, 2024
Homeଓଡିଶାରାଜ୍ୟରେ ୧୯ଟି ଗ୍ରାମ ନ୍ୟାୟାଳୟ କାର୍ଯ୍ୟକ୍ଷମ

ରାଜ୍ୟରେ ୧୯ଟି ଗ୍ରାମ ନ୍ୟାୟାଳୟ କାର୍ଯ୍ୟକ୍ଷମ

ଭୁବନେଶ୍ୱର:  ଡୋର୍ ଷ୍ଟେପରେ ଲୋକମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ୨୦୦୮ରେ କେନ୍ଦ୍ର ସରକାର ଗ୍ରାମ ନ୍ୟାୟାଳୟ ବ୍ୟବସ୍ଥା ଆରମ୍ଭ କରିଥିଲେ । ଦେଶର ୧୫ଟି ରାଜ୍ୟରେ ବର୍ତ୍ତମାନ ୪୭୬ଟି ଗ୍ରାମ ନ୍ୟାୟାଳୟ ରହିଥିବା ବେଳେ ଏଥିମଧ୍ୟରୁ ୨୫୬ଟି କାର୍ଯ୍ୟକ୍ଷମ ଅଛି । ସମାନଭାବେ ଓଡ଼ିଶାରେ ମୋଟ ୨୩ଟି ଗ୍ରାମ ନ୍ୟୟାଳୟ ପ୍ରତିଷ୍ଠା ହୋଇଥିବା ବେଳେ ବର୍ତ୍ତମାନ ଏଥିମଧ୍ୟରୁ ୧୯ଟି କାର୍ଯ୍ୟ ଜାରିରଖିଥିବା କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ସଂସଦରେ ତଥ୍ୟ ରଖିଛନ୍ତି । ଦେଶର ମୋଟ ୪୭୬ଟି ଗ୍ରାମ ନ୍ୟାୟାଳୟକୁ କେନ୍ଦ୍ର ସରକାର ଏବେସୁଦ୍ଧା ମୋଟ ୮୧ କୋଟି ୫୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ଓଡ଼ିଶାରେ ଥିବା ଗ୍ରାମ ନ୍ୟାୟାଳୟଗୁଡ଼ିକୁ ୩ କୋଟି ୩୭ ଲକ୍ଷର ଆର୍ଥିକ ସହାୟତା ମିଳିଛି ।

ତେବେ ନିକଟରେ ନିତି ଆୟୋଗ ଏହି ଯୋଜନାର ସମୀକ୍ଷା କରି  ଏହାକୁ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ନେଇଥିବା କେନ୍ଦ୍ର ଆଇନ ମନ୍ତ୍ରୀ ଜଣାଇଛନ୍ତି । ୨୦୨୬ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏସବୁ ଗ୍ରାମ ନ୍ୟାୟାଳୟକୁ କେନ୍ଦ୍ର ସରକାର ୫୦ କୋଟି ଟଙ୍କା ପ୍ରଦାନ କରିବାକୁ ବଜେଟ୍ ବ୍ୟବସ୍ଥା କରିଛନ୍ତି । ନିୟମ ମୁତାବକ କୌଣସି ନୂଆ ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଏକକାଳୀନ ୧୮ ଲକ୍ଷ ଟଙ୍କା ପ୍ରଦାନ କରିଥାନ୍ତି । ପରେ ଏହାର ପରିଚାଳନା ପାଇଁ କେନ୍ଦ୍ର ସରକାର ପ୍ରଥମ ତିନି ବର୍ଷ ବାର୍ଷିକ ୩ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ରାଜ୍ୟମାନଙ୍କରେ ଅଧିକ ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟର ହାଇକୋର୍ଟ ଏବଂ ସରକାରଙ୍କ ସହିତ ଆଲୋଚନା ଜାରି ରଖିଥିବା ମନ୍ତ୍ରୀ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking