28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶପ୍ରଥମ ପର୍ୟ୍ୟାୟରେ ମଇଦାନରେ ଅଛନ୍ତି ୧ ହଜାର ୬୨୫ ପ୍ରାର୍ଥୀ

ପ୍ରଥମ ପର୍ୟ୍ୟାୟରେ ମଇଦାନରେ ଅଛନ୍ତି ୧ ହଜାର ୬୨୫ ପ୍ରାର୍ଥୀ

ନୂଆଦିଲ୍ଲୀ : ଆଜି ପ୍ରଥମ ପର୍ୟ୍ୟାୟ ମତଦାନ ସହ ଦେଶରେ ଆରମ୍ଭ ହୋଇଛି ସାଧାରଣ ନିର୍ବାଚନ। ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ମତଦାନ ହେଉଛି। ମକ୍ ପୋଲ୍ ପରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ଭୋଟ୍ ଗ୍ରହଣ।ଭୋଟିଂ ଲାଗି ମୋଟ ୧ ଲକ୍ଷ ୮୪ ହଜାର ବୁଥ୍ କରାଯାଇଛି। ଏହି ପର୍ୟ୍ୟାୟରେ ୧୬ କୋଟି ୬୩ ଲକ୍ଷ ଭୋଟର ନିଜର ପ୍ରତିନିଧି ବାଛିବେ। ପ୍ରଥମ ପର୍ୟ୍ୟାୟରେ ମଇଦାନରେ ଅଛନ୍ତି ୧ ହଜାର ୬୨୫ ପ୍ରାର୍ଥୀ। ସେମାନଙ୍କ ମଧ୍ୟରୁ ୧ ହଜାର ୪୯୧ ଜଣ ପୁରୁଷ ପ୍ରାର୍ଥୀ ଏବଂ ୧୩୪ ଜଣ ମହିଳା। ତାମିଲନାଡୁରେ ସର୍ବାଧିକ ପ୍ରାର୍ଥୀ ଅଛନ୍ତି ୯୫୦ ଜଣ। ଏମାନଙ୍କ ମଧ୍ୟରୁ ୩୯ଟି ସଂସଦୀୟ କ୍ଷେତ୍ରରେ ୭୬ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସେହିପରି ଏହି ପର୍ୟ୍ୟାୟରେ ସବୁଠୁ କମ୍ ପ୍ରାର୍ଥୀ ଥିବା ରାଜ୍ୟ ହେଉଛି ନାଗାଲାଣ୍ଡ। ନାଗାଲାଣ୍ଡରେ ଗୋଟିଏ ମାତ୍ର ସଂସଦୀୟ କ୍ଷେତ୍ର ଥିବା ବେଳେ ସେହି ଆସନ ଲାଗି ଆଜି ଭୋଟ୍ ହେଉଛି। ଆଜି ଦେଶର ୧୦୨ଟି ଲୋକସଭା ଆସନ ସମେତ ଏକା ସାଙ୍ଗରେ ସିକିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ବି ହେଉଛି। ପ୍ରଥମ ପର୍ୟ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରି, ନିଶିଥ ପାରମାଣିକ, ଏଲଜେପିର ଚିରାଗ ପାଶୱାନ, ତାମିଲନାଡୁ ବିଜେପି ମୁଖ୍ୟ କେ. ଆନ୍ନାମଲାଇ, ଡିଏମକେର କାନିମୋଈ ଓ ଏ. ରାଜା। ସେହିପରି ନକୁଲ ନାଥ, ତାମିଲସାଇ ସୌନ୍ଦର୍ୟ୍ୟରାଜନ, ଜିତିନ ପ୍ରସାଦଙ୍କ ଭଳି ଅନେକ ହେଭିୱେଟ୍ ମଇଦାନରେ ଅଛନ୍ତି। ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ଅଟନ୍ତି ଚିରାଗ ପାଶୱ ବିହାରର ଜାମୁଇରୁ ଏଲଜେପି ପକ୍ଷରୁ ନିର୍ବାଚନ ଲଢୁଛନ୍ତି। ସେହିପରି କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁଅ ନକୁଲ ନାଥ ଏହି ପର୍ୟ୍ୟାୟରେ ନିର୍ବାଚନ ମଇଦାନରେ ଅଛନ୍ତି। ସେ ମଧ୍ୟପ୍ରଦେଶର ଛିନ୍ଦୱାରାରୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟତମ ହେଭିୱେଟଙ୍କ ମଧ୍ୟରେ ଅଛନ୍ତି ବିଜେପିର କେ. ଆନ୍ନାମଲାଇ। ତାମିଲନାଡୁ ବିଜେପି ମୁଖ୍ୟ କେ. ଆନ୍ନାମଲାଇ ଏଥର ତାମିଲନାଡୁର କୋଏମ୍ବାଟୁର ଆସନରୁ ଲଢୁଛନ୍ତି। ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲସାଇ ସୌନ୍ଦର୍ୟ୍ୟରାଜନ ଏଥର ମଇଦାନରେ ଅଛନ୍ତି। ସେ ବିଜେପି ପକ୍ଷରୁ ଚେନ୍ନାଇ ସାଉଥରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି କାନିମୋଈ ଡିଏମକେ ପକ୍ଷରୁ ତାମିଲନାଡୁ ଥୁଟୁକୁଡ଼ିରୁ ନିର୍ବାଚନ ମଇଦାନରେ ଅଛନ୍ତି। ଜିତିନ ପ୍ରସାଦ ଉତ୍ତର ପ୍ରଦେଶ ପିଲିଭିତରୁ ବିଜେପି ପକ୍ଷରୁ ଲଢୁଛନ୍ତି। ସେହିପରି ନିଶିଥ ପାରମାଣିକ ପଶ୍ଚିମବଙ୍ଗ କୁଚବିହାରରୁ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking