ଯାଜପୁର ଜିଲ୍ଲା ଆଇଏନଟିୟୁସି କାର୍ଯ୍ୟାଳୟରୁ ଚୋରି

ଯାଜପୁର: ଯାଜପୁର ଜିଲ୍ଲାର ଯାଜପୁର ରୋଡ ଥାନ ଅନ୍ତ ଶାପଗଡ଼ିଆ ସ୍ଥିତ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜିଲ୍ଲା କାର୍ଯ୍ୟାଳୟରୁ ଗତକାଲି ରାତିରେ ଚୋରମାନେ ପାଚେରୀ ଡେଇଁ ମୁଖ୍ୟ ଦ୍ୱାର ର ତାଲା ଭାଙ୍ଗି ଭିତରେ ପ୍ରବେଶ କରିଥିଲେ । ମୁଖ୍ୟ ଟେବୁଲ ଡ୍ର ଓ 3 ଗୋଟି ଗଡ଼ରେଜ ଭାଙ୍ଗିବା ଇନଭୋଟର ବ୍ୟାଟେରୀ ମେସିନ ନେଇଯିବା ଓ ଗଡ଼ରେଜ ରେ ଥିବା 40ହଜାର ରୁ ଉର୍ଦ୍ଧ ଟଙ୍କା ନେଇଯାଇଛନ୍ତି । ଏପରିକି ଗଡ଼ରେଜ ରେ ଥିବା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଚିରି ନଷ୍ଟ କରିଛନ୍ତି । ଚୋରି କରି ଗଲା ବେଳେ ଭାଙ୍ଗି ଥିବା ଚାବି ପେଚକସ, ଚା ମେସିନ ପକାଇ ଯାଇଛନ୍ତି । ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି କାର୍ଯ୍ୟାଳୟରେ ପହଁଚି ଭଙ୍ଗା ଯାଇଥିବା ଗଡ଼ରେଜ ଦେଖି ପୋଲିସରେ ଏତେଲା ଦାୟର କରିଛନ୍ତି । ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଂଚି ପ୍ରଥମ ପର୍ଯ୍ୟାୟ ରେ ତଦନ୍ତ ପକ୍ରିୟା ଆରମ୍ଭ କରିଛନ୍ତି । ଶ୍ରୀ ମହାନ୍ତି ଏକ ଅଭିଯୋଗ କରି କହିଛନ୍ତି କି, ଶାପଗଡ଼ିଆ, ପନାସିଆ, ଲଷ୍ମୀନଗର, କାଚ ହୁଡ଼ି, ଯୋଗୀ ସାହି ଅଞ୍ଚଳରେ ବହୁ ବାହାର ଲୋକ ରହି ଏଭଳି ଚୋରି ଡକାୟତି ରେ ସାମିଲ ହୋଇଥିଲେ । ଯାଜପୁର ରୋଡ ଭଳି ଆଦର୍ଶ ଥାନା ରେ କର୍ମଚାରୀ ସଂଖ୍ୟା କମ ଥିବାରୁଚୋର ମାନଙ୍କୁ ଚି଼ହ୍ନଟ କରିବାରେ ବ୍ୟତିକ୍ରମ ଦେଖାଦେଉଛି । ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟକ୍ଷ ଭାବେ ଦୃଷ୍ଟି ରଖି କର୍ମଚାରୀ ସଂଖ୍ୟା ବୃଦ୍ଧି ନ କଲେ ଏ ଅଞ୍ଚଳ ରେ ଚୋରି ଓ ଡକାୟତି ବୃଦ୍ଧି ପାଇବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here