29.1 C
Bhubaneswar
Saturday, May 4, 2024
Homeଅପରାଧବୁଲାଇଲେ କଳାକନା: ନେଇଗଲେ ୪୦ଭରି ସୁନାଗହଣା 

ବୁଲାଇଲେ କଳାକନା: ନେଇଗଲେ ୪୦ଭରି ସୁନାଗହଣା 

ଭୁବନେଶ୍ୱର : ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ା ବୈରାଗୀ ନଗରରେ ଜଣଙ୍କ ଘରୁ ଚୋରମାନେ ସର୍ବସ୍ୱ ଚୋରି କରିନେଇଛନ୍ତି । ୪୦ଭରି ସୁନାଗହଣା ସମେତ ନଗଦ ୪୫ରୁ ୫୦ହଜାର ଟଙ୍କା ନେଇଯାଇଛନ୍ତି । ଏନେଇ ଘର ମାଲିକ ହରିଶ ଚନ୍ଦ୍ର ଜେନା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ କେସ୍ ନଂ ୩୨୮/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ହରିଶଙ୍କ ବୈରାଗୀ ନଗର ପ୍ଲଟ୍ ନଂ ୨୩୩/୩ରେ ଏକ ଦୁଇମହଲା କୋଠା ରହିଛି । ତଳମହଲାରେ ହରିଶ ରହୁଥିବାବେଳେ ତାଙ୍କ ସାନଭାଇ ଜିତେନ୍ଦ୍ର ଜେନା ଉପର ମହଲାରେ ରୁହନ୍ତି । ଶନିବାର ରାତିରେ ସାନଭାଇ ଘରେ ନଥିଲେ । ସେ କିଛିଦିନ ହେବ ଗୁଜରାଟ ପଳାଇଛନ୍ତି । ଏହାର ସୁଯୋଗ ନେଇ ରାତି ୧ଟାରୁ ୩ଟା ମଧ୍ୟରେ ଚୋରମାନେ ବାଲ୍‌କୋନୀର କବାଟ ତାଡ଼ି ଘର ଭିତରକୁ ପ୍ରବେଶ କରିଥିଲେ । ଘର ଆଲମିରାରୁ ୪୦ଭରିର ସୁନାଗହଣା ଓ ନଗଦ ୪୫ରୁ ୫୦ହଜାର ଟଙ୍କା ସମେତ ଅନ୍ୟାନ୍ୟ ଜିନିଷ ସେମାନେ ଚୋରି କରିନେଇଥିଲେ । ଏହି ସୁନାଗହଣାର ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ । ପରେ ସେମାନେ ବାଲ୍‌କୋନୀ ଦେଇ ତଳକୁ ପଳାଇ ଆସିଥିଲେ । ସକାଳ ହେବା କ୍ଷଣି ଘରୁ ଚୋରି ହୋଇଥିବା ହରିଶ ଜାଣିବାକୁ ପାଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ ।

ଘଟଣାସ୍ଥଳେ ପୁଲିସ ପହଞ୍ଚି ସବୁଆଡ଼େ ଯାଞ୍ଚ କରିଥିଲା । ଏତିକିବେଳେ ଘର ସାମ୍ନାରେ ଏକ ଚପଲ ମିଳିଥିବାବେଳେ ଉପରମହଲାରୁ ସେଭଳି ଆଉ ଏକ ଚପଲ ମିଳିଥିଲା । ଚୋର ଚୋରି କରିବା ପରେ ଚପଲ ଛାଡ଼ି ଦେଇ ପଳାଇଥିବା ଜଣାପଡ଼ିଛି । ଏହାସହ ପୁଲିସ ଘଟଣାସ୍ଥଳର ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଜବତ କରି ଯାଞ୍ଚ କରିଛି । ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏଭଳି ବାରମ୍ବାର ଚୋରି ହେଉଥିବା ଦେଖିବାକୁ ମିଳୁଛି । ପୁଲିସର ଧିମା ପାଟ୍ରୋଲିଂ ଯୋଗୁ ଦୁର୍ବୃତ୍ତମାନେ ଉତ୍ପାତ ହେଉଛନ୍ତି । କେତେବେଳେ ରାସ୍ତାରେ ଲୁଟୁଛନ୍ତି ପୁଣି କେବେ ଲୋକଙ୍କ ଘରେ ପଶି କଳାକନା ବୁଲାଉଛନ୍ତି । ଏମାନଙ୍କୁ ସାବାଡ୍ କରିବାକୁ ହେଲେ ପୁଲିସ ସକ୍ରିୟ ହୋଇ କାମ କରିବାକୁ ପଡ଼ିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking