ଭୁବନେଶ୍ୱର: ପୁଲିସ ପରିଚୟ ଦେଇ ଲୁଟୁଥିବା ଜଣେ ମହିଳାଙ୍କୁ ପାହାଳ ଥାନା ପୁଲିସ ଗିରଫ କରିଛି । ଗିରଫ ମହିଳା ଜଣକ ଉର୍ମିଳା ବାରିକ ବୋଲି ଜଣାପଡିଛି । ପୁଲିସ ତାଙ୍କ ବିରୋଧେର ଏକ ମାମଲା ରୁୁଜୁ କରି କୋର୍ଟ ଚାଲଣ କରିଛି । ସୁଚନାଯୋଗ୍ୟ, ଗତ ୩ ତାରିଖରେ ଟେକ୍ନିସିଆନ ଭାବେ କାର୍ଯ୍ୟ କରୁଥିବା ପଦିଆ ଦାସ ପାହାଳରୁ ଭୁବନେଶ୍ୱର ଆସୁଥିଲେ । ପାହାଳ ଜଗନ୍ନାଥ ମନ୍ଦିର ନିକଟରେ ଜଣେ ମହିଳା ତାଙ୍କୁ ଲିଫ୍ଟ ମାଗିଥେôଲ ।
କିଛିବାଟ ଆସିବା ପରେ ମହିଳା ଜଣକ ତାଙ୍କୁ ରାସ୍ତାରେ ଅଟକାଇ ନିଜକୁ ପୁଲିସ ବୋଲି ପରିଚୟ ଦେଇ ପଦିଆଙ୍କ ବ୍ୟାଗ ଚେକ୍ କରିଥିଲେ । ପରେ ୩୫ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ । ଗତକାଲି ପଦିଆ ଘରକୁ ଫେରୁଥିବାବେଳ ଲାକ୍ଷଶ୍ୱର ମନ୍ଦିରରେ ସଂପୃକ୍ତ ମହିଳାଙ୍କୁ ଦେଖି ତାଙ୍କ ପିଛା କରିଥିଲେ । ମହିଳା ଜଣକ ତାଙ୍କୁ ଦେଖି ଦୌଡ଼ି ପଳାଉଥିବା ବେଳେ ପିସିଆର ସହାୟତାରେ ତାଙ୍କୁ କାବୁ କରି ପୁଲିସ ଜିମା କରିଥିଲେ । ପୁଲିସ ଅଭିଯୁକ୍ତା ମହିଳାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।