34.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶବିଜ୍ଞାନ ଓ ସାହିତ୍ୟରେ ନୋବେଲ୍ ପୁରସ୍କାର ବିଜେତାଙ୍କ ଦେଶରେ ପ୍ରଦାନ କରାଯିବ

ବିଜ୍ଞାନ ଓ ସାହିତ୍ୟରେ ନୋବେଲ୍ ପୁରସ୍କାର ବିଜେତାଙ୍କ ଦେଶରେ ପ୍ରଦାନ କରାଯିବ

ନୂଆଦିଲ୍ଲୀ : କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଜ୍ଞାନ ଓ ସାହିତ୍ୟରେ ନୋବେଲ୍ ପୁରସ୍କାର ବିଜେତାଙ୍କ ଦେଶରେ ପ୍ରଦାନ କରାଯିବ । କୋଭିଡ୍‌-୧୯ ମହାମାରୀ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଥିବା ପୁରସ୍କାର ପ୍ରଦାନ କରୁଥିବା ସଂସ୍ଥା ନୋବେଲ୍ ଫାଉଣ୍ଡେସନ୍ ପକ୍ଷରୁ ଗୁରୁବାର ଏହା କୁହାଯାଇଛି । ଫାଉଣ୍ଡେସନ୍ ପକ୍ଷରୁ କୁହାଯାଇଛି ପାରମ୍ପରିକ ଭାବେ ନରୱେରେ ପ୍ରଦାନ କରାଯାଉଥିବା ନୋବେଲ୍ ଶାନ୍ତି ପୁରସ୍କାର ସମ୍ପର୍କରେ ବର୍ତ୍ତମାନ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ତେବେ ଏହି ପୁରସ୍କାର ଓସ୍ଲୋରେ ପ୍ରଦାନ କରାଯିବା ସମ୍ଭାବନା ରହିଛି ବୋଲି ଫାଉଣ୍ଡେସନ୍ ଆଶାବାଦୀ ଥିବା କୁହାଯାଇଛି । ନୋବେଲ୍ ଫାଉଣ୍ଡେସନ୍ କାର୍ଯ୍ୟକାରୀ ନିର୍ଦ୍ଦେଶକ ଭିଡାର୍ ହେଲଗେସେନ୍ ଏକ ପ୍ରେସ୍ ବିବୃତିରେ କହିଛନ୍ତି, ଓସ୍ଲୋ ପୁରସ୍କାର ପ୍ରଦାନ ଉତ୍ସବ ସମ୍ପର୍କରେ ଅକ୍ଟୋବର ମଧ୍ୟଭାଗରେ ଘୋଷଣା କରାଯିବ ।

କୋଭିଡ୍‌-୧୯ ମହାମାରୀ ଏବଂ ଅନ୍ତର୍ଜାତୀୟ ଯାତ୍ରା କଟକଣା କାରଣରୁ ୨୦୨୧ ବିଜେତାଙ୍କୁ ସେମାନଙ୍କ ନିଜ ଦେଶରେ ମେଡାଲ୍ ଓ ଡିପ୍ଲୋମା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ନୋବେଲ୍ ବିଜେତାଙ୍କ ନାମ ସାଧାରଣତଃ ଅକ୍ଟୋବର ପ୍ରାରମ୍ଭରେ ଘୋଷଣା କରାଯାଇଥାଉଥିବା ବେଳେ ମେଡାଲ୍ ଓ ଡିପ୍ଲୋମା ନୋବେଲ୍ ପୁରସ୍କାରର ପ୍ରତିଷ୍ଠାତା ଆଲ୍‌ଫ୍ରେଡ୍‌ଙ୍କ ଜନ୍ମଦିନ ଡିସେମ୍ବର ୧୦ ତାରିଖରେ ଏକ ବିଶେଷ ଉତ୍ସବରେ ଦୁଇଟି ସ୍କାଣ୍ଡିନେଭିଆ ରାଜଧାନୀରେ ପ୍ରଦାନ କରାଯାଇଥାଏ ।

ଚଳିତ ବର୍ଷ ନୋବେଲ୍ ପୁରସ୍କାର ପ୍ରଦାନ ୧୨୦ ବର୍ଷ ପୂରଣ କରୁଥିବା ବେଳେ ୨୦୨୧ ବର୍ଷର ବିଜେତାଙ୍କ ନାମ ଅକ୍ଟୋବର ୪ ଓ ୧୧ ତାରିଖ ମଧ୍ୟରେ ଘୋଷଣା କରାଯିବ ବୋଲି ଫାଉଣ୍ଡେସନ୍ ପକ୍ଷରୁ କୁହାଯାଇଛି । ୪ ତାରିଖରେ ମେଡିସିନ୍ ପାଇଁ ବିଜେତାଙ୍କ ନାମ ଏବଂ ପରବର୍ତ୍ତୀ ଦୁଇଦିନରେ ଯଥାକ୍ରମେ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ପାଇଁ ବିଜେତାଙ୍କ ନାମ ଘୋଷଣା କରାଯିବ । ସେହିପରି ୭ ତାରିଖରେ ସାହିତ୍ୟ ଓ ୮ ତାରିଖରେ ଶାନ୍ତି ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବ । ଏହାପରେ ପରବର୍ତ୍ତୀ ସେମାବାର ଦିନ ସ୍ୱିଡେନ୍ ସେଣ୍ଟ୍ରାଲ୍ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯିବାକୁ ଥିବା ଅର୍ଥନୀତି ପୁରସ୍କାରର ବିଜେତାଙ୍କ ନାମ ଘୋଷଣା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking