24.1 C
Bhubaneswar
Wednesday, January 15, 2025
Homeଓଡିଶାତତଲା କଢ଼େଇରେ ସିଝୁଛି ସାରା ଓଡିଶା

ତତଲା କଢ଼େଇରେ ସିଝୁଛି ସାରା ଓଡିଶା

ଭୁବନେଶ୍ୱର: ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିଛି। ପଶ୍ଚିମାଞ୍ଚଳର ସମସ୍ତ ସହରରେ ପାରଦ ଉପର ମୁହଁ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଆଗାମୀ ୩ଦିନ କିଛି ଅଞ୍ଚଳରେ ଦିନ ତାପମାତ୍ରା ୪୨ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇପାରେ।

ଝାଡ଼ଖଣ୍ଡ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଥିବାବେଳେ ଉତ୍ତର-ପଶ୍ଚିମ ଉତ୍ତର ପ୍ରଦେଶ, ଉପକୂଳ ପଶ୍ଚିମବଙ୍ଗ, ଦକ୍ଷିଣ ଉତ୍ତର ପ୍ରଦେଶ, ଦକ୍ଷିଣ ବିହାର ମଧ୍ୟରେ ଏକ ନିମ୍ନଚାପ ରେଖା ଲମ୍ବିଛି। ଏହାର ପ୍ରଭାବରେ ଆସନ୍ତା ୪ଦିନ ରାଜ୍ୟରେ କାଳବୈଶାଖୀ କାରଣରୁ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ପବନ ସମ୍ଭାବନା ଥିବାରୁ କେତେକ ଜିଲାକୁ ସତର୍କତା ଜାରି କରାଯାଇଛି।

ଆସନ୍ତା ୨୪ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର ଏବଂ ଭଦ୍ରକର କିଛି ଅଞ୍ଚଳରେ ବଜ୍ରପାତ ହୋଇପାରେ। ସେହି ଜିଲାଗୁଡିକୁ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଉପକୂଳ ଅଞ୍ଚଳ ସହିତ ଅନୁଗୋଳ ଏବଂ ଢେଙ୍କାନାଳରେ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking