29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଗଙ୍ଗା ନଦୀରେ ବୁଡ଼ ପକାଇବାକୁ ଯାଇ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହେଲେ ଯାତ୍ରୀ

ଗଙ୍ଗା ନଦୀରେ ବୁଡ଼ ପକାଇବାକୁ ଯାଇ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହେଲେ ଯାତ୍ରୀ

ଉତ୍ତରପ୍ରଦେଶ : ଗଙ୍ଗା ନଦୀରେ ବୁଡ଼ ପକାଇବାକୁ ଯିବା ସମୟରେ ଭୟଙ୍କର ଦୁର୍ଘଟଣା ଘଟିଛି । ଉତ୍ତର ପ୍ରଦେଶରେ ଟ୍ରାକ୍ଟର-ଟ୍ରଲି ପୋଖରୀରେ ଖସିବା ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ଏଥିରେ ୨୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଗଙ୍ଗା ସୂଚନା ଅନୁସାରେ, ଜେଥରାରୁ କିଛି ଶ୍ରଦ୍ଧାଳୁ ଗଙ୍ଗାରେ ବୁଡ଼ ପକାଇବା ପାଇଁ ଟ୍ରାକ୍ଟରରେ ଆସୁଥିଲେ। ଏହି ସମୟରେ ପଟିଆଲିର କାଦରଗଞ୍ଜ ରୋଡ ନିକଟରେ ହଠାତ୍‌ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇ ପୋଖରୀକୁ ଖସିପଡିଥିଲା। ଫଳରେ ଟ୍ରାକ୍ଟର ଟ୍ରଲି ସମେତ ଶ୍ରଦ୍ଧାଳୁମାନେ ପାଣିରେ ବୁଡି ଯାଇଥିଲେ। ଏଥିରେ ୭ ଜଣ ଛୋଟ ଛୁଆଙ୍କ ସମେତ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୦ ଜଣ ମଧ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଏବଂ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking