27.1 C
Bhubaneswar
Saturday, July 27, 2024
Homeବଲିଉଡଫଟୋ ଉଠାଇବାକୁ କହିବାରୁ ରାଗିଗଲେ ନାସିରୁଦ୍ଦିନ

ଫଟୋ ଉଠାଇବାକୁ କହିବାରୁ ରାଗିଗଲେ ନାସିରୁଦ୍ଦିନ

ମୁମ୍ବାଇ : ବଲିଉଡ ଚଳଚିତ୍ର ଉପରେ ନିଜର ବକ୍ତବ୍ୟ ଦେଇ ଚର୍ଚ୍ଚାରେ ଥିଲେ ବଲିଉଡର ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହା | ହିନ୍ଦୀ ଫିଲ୍ମ‌ରେ ଆଉ ଦମ୍ ନାହିଁ। କିଛି ଦିନ ତଳେ ଏଭଳି କହି ବିବାଦରେ ଥିଲେ ବଲିଉଡର ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହା | ଏବେ ପୁଣି ଆଉ ଏକ ଭିଡିଓକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି | ଭିଡିଓରେ ସେ ନିଜ ପ୍ରଶଂସକଙ୍କ ଉପରେ ବିରକ୍ତ ହେଉଥିବା ଦେଖିବାକୁ ମିଳିଛି | ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ସେ ଜିନ୍ସ ପ୍ୟାଣ୍ଟ ଓ ସାର୍ଟ ପିନ୍ଧି ଦିଲ୍ଲୀ ବିମାନବନ୍ଦରର ପାର୍କିଙ୍ଗରେ ଚାଲି ଚାଲି ଯାଉଛନ୍ତି | ଏହା ପରେ ତାଙ୍କର କିଛି ପ୍ରଶଂସକ ତାଙ୍କ ସହ ଫଟୋ ଉଠାଇବାକୁ ଇଚ୍ଛାପ୍ରକାଶ କରି ତାଙ୍କ ପଛେ ପଛେ ଧାଉଁଛନ୍ତି | ହେଲେ ଫଟୋ ଉଠାଇବାକୁ ମନା କରିଦେଉଛନ୍ତି ଅଭିନେତା | ଏହା ସତ୍ତ୍ୱେ ବି ପ୍ରଶଂସକମାନେ ଫଟୋ ଉଠାଇବାକୁ ତାଙ୍କ ପଛେ ପଛେ ଧାଉଁଥିବାରୁ ସେ ରାଗିଯାଉଛନ୍ତି | ‘ବହୁତ ବିରକ୍ତ କରିସାରିଲେଣି ମୋତେ | ଥରେ କହିଲେ ବୁଝିପାରୁନ କି’ | ଏଭଳି କହି ସେ ରାଗରେ କାରରେ ବସିବା ସହ ସେଠାରୁ ଚାଲିଯାଉଛନ୍ତି | ଏହା ପୂର୍ବରୁ ବଲିଉଡକୁ ନେଇ ସେ କହିଥିଲେ ଯେ, ‘ଭାରତର ଖାଦ୍ୟ ସବୁଠାରେ ପସନ୍ଦ କରାଯାଏ କାରଣ ଏହାର ସ୍ବାଦ ନିଆରା। ହିନ୍ଦୀ ଚଳଚ୍ଚିତ୍ରରେ ନିଆରା କ’ଣ? ଏଥିପାଇଁ ଦର୍ଶକ ଶୀଘ୍ର ବିରକ୍ତ ହୋଇ ଫିଲ୍ମ ଦେଖିବା ବନ୍ଦ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking