27.1 C
Bhubaneswar
Saturday, July 27, 2024
Homeଓଡିଶାନୂଆପଡ଼ାରେ ଡରାଉଛି ବାଘ

ନୂଆପଡ଼ାରେ ଡରାଉଛି ବାଘ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି। ସୋମବାର ରାତିରେ ନୂଆପଡ଼ା ସଦର ରେଞ୍ଜ ଆମାନାରା ସେକ୍ସନର କୁକୁଡ଼ାତାଲ ଗାଁରେ ପୁଣି ବାଛୁରିକୁ ମାରି ଖାଇଛି ବାଘ। ମଙ୍ଗଳବାର ସକାଳେ ଗାଁର ଫଗୁନୀ କେଉଟ ନିଜ ଗୁହାଳରେ ବାଛୁରି ନଥିବା ଦେଖି ଆଖପାଖରେ ଖୋଜିଥିଲେ। ପରେ ବାଛୁରିଟି ଏକ ଚାଷ ଜମିରେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ବାଘ ଆକ୍ରମଣ କରି ମାରି ଖାଇଥିବା ଜଣାପଡ଼ିବା ପରେ ସେ ବନ ବିଭାଗକୁ ଖବର ଦେଇଥିଲେ। ଏବେ ବନ ବିଭାଗର କର୍ମଚାରୀମାନେ ଗାଁରେ ପହଞ୍ଚି ଭୟଭୀତ ନହେବା ଲାଗି ଗାଁଲୋକଙ୍କୁ ସଚେତନ କରୁଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking