ଭୁବନେଶ୍ୱର: ଭରତପୁର ଥାନା ଅନ୍ତର୍ଗତ ରୁଚିକା ମାର୍କେଟ ନିକଟରେ ପୁଣି ଏକ ଛିନ୍ ତାଇ । ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ଦୁର୍ବୁତ୍ତ ଫେରାର । ଭରତପୁର ଥାନାରେ ଏତଲା କଲେ ମହିଳା ଏବଂ ତାଙ୍କ ସ୍ୱାମୀ। ଗତକାଲି ବରମୁଣ୍ଡା କାଳୀ ମନ୍ଦିର ଅଂଚଳରେ ଘଟିଯାଇଛି ଏଭଳି ଏକ ଘଟଣା ।
ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ଦିନ ବାରଟା ରୁ ସାଢେ ବାରଟା ଭିତରେ ଘାଟିକିଆ ଅଂଚଳର ସ୍ୱାମୀ ସ୍ତ୍ରୀ ଦୁଇ ଜଣ ସ୍କୁଟି ଯୋଗେ ବରମୁଣ୍ଡା ନିକଟରେ ଥିବା ଏକ କ୍ଲିନିକକୁ ନିଜ ଶରୀରର ଅସୁସ୍ଥତା ପାଇଁ ରକ୍ତ ନମୁନା ପରୀକ୍ଷା କରିବା ଯାଇଥିଲେ । ସେମାନେ ନିଜ ଗାଁ ଘାଟିକିଆରୁ ଆସିଥିଲେ । ବରମୁଣ୍ଡା ନିକଟରେ ଥିବା କାଳୀ ମନ୍ଦିରକୁ ଯାଇ ପୂଜା ଅର୍ଚନା କରି ସାରିବା ପରେ ସେମାନେ ମନ୍ଦିରର ବିପରୀତ ପାର୍ଶ୍ୱ ରାସ୍ତାରେ ଥିବା ରକ୍ତ ପରୀକ୍ଷା କ୍ଲିନିକକୁ ଯିବା ରାସ୍ତାରେ ରୁଚିକା ମାର୍କେଟ ନିକଟରେ ୨ ଜଣ ଦୁର୍ବୁତ୍ତ ବ୍ଲାକ ପଲସରରେ ଆସି ମହିଳାଙ୍କୁ ପ୍ରଥମେ ଧକ୍କା ପକାଇଥିଲେ । ଯାହାଫଳରେ ମହିଳା ଜଣକ ତଳେ ପଡିଯାଇଥିଲେ।
ତାପରେ ଦୃବୃର୍ତ୍ତ ଦୁଇ ଜଣ ମହିଳାଙ୍କ ବେକରୁ ୧୨ ଗ୍ରାମ ଓଜନର ସୁନା ଚେନ ଝାମ୍ପି ନେଇ ଫେରାର ହୋଇ ଯାଇଥିଲେ। ଏପଟେ ଘଟଣା ପରେ ମହିଳାଙ୍କ ସ୍ୱାମୀ ଦୁର୍ବୁତ୍ତ ମାନଙ୍କ ପଛରେ ଗୋଡେଇ ଥିଲେ କିନ୍ତୁ ଅନେକ ବାଟ ଗଲା ଚୋର ମାନେ ଚଖମା ଦେଇ କୁଆଡେ ପାଇଥିଲେ । ଯାହାଫଳରେ ମହିଳାଙ୍କ ସ୍ୱାମୀ ତାଙ୍କୁ ଆଉ ପାଇନଥିଲେ । ତେବେ ସ୍ୱାମୀ ଫେରି ଆସି ସ୍ତ୍ରୀଙ୍କ ସହିତ ଆସି ଭରତପୁର ଥାନାରେ ଏତଲା ଦେଇଥିଲେ ।
ସ୍ୱାମୀ ସ୍ତ୍ରୀଙ୍କ ଏତଲା ଆଧାରରେ ଭରତପୁର ପୋଲିସ ଥାନା ଅଧିକାରୀ ଘଟଣା ସ୍ଥଳକୁ ଯାଇ ଛାନ୍ ଭିନ୍ କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯଦି ରୁଚିକା ମାର୍କେଟ ଭଳି ଜନଗହଳି ପୂର୍ଣ୍ଣ ରାସ୍ତାରୁ ଦିନ ସମୟରେ ଚେନ୍ ଛିନ୍ ତାଇ ହେବ ତେବେ ଜେନସାଧାରଣ କେତେ ସୁରକ୍ଷିତ ତାହା ଆଉ କହିବା ଆବଶ୍ଯକ ନାହିଁ।