ରାଉରକେଲା : ଦୁନିଆ ରେ ପାପୀ ପେଟ ପାଇଁ ଲୋକଙ୍କୁ ସଂଗ୍ରାମ ଜାରି ରଖିବାକୁ ପଡୁଛି ଏହି କର୍ମ ରେ ଭିକାରି ମାନଙ୍କୁ ରାଉରକେଲା ସହରରେ ଥିବା ଅନେକ ମନ୍ଦିରରେ ରାତି ପାହି ସକାଳ ହେଲେ ଭିକ ମାଗିବା ଦେଖି ଵାକୁ ମିଳେ। ସୋମବାର ଶିବ ମନ୍ଦିର ପାଖରେ ତ, ପୁଣି ମଙ୍ଗଳ ବାର ରେ ମଙ୍ଗଳା ମନ୍ଦିର ରେ, ଶନିବାର ଶନିମନ୍ଦିର ରେ ଭିକାରି ଦେଖିବାକୁ ମିଳିଥାଏ।
ମନ୍ଦିର ଏମାନଙ୍କ ସହ ଭରସା। ଏଠାରୁ ଦୁଇ ପଇସା ମିଳିଲେ ଭିକାରି ମାନଙ୍କ ତେଲ ଲୁଣ ର ସଂସାର ଚାଲିଥାଏ। ସରକାର ରାଉରକେଲା କୁ ଭିକାରି ମୁକ୍ତ କରିବାକୁ ଯୋଜନା କେବଳ ଯୋଜନା ରେ ରହି ଯାଇଛି। ପୂର୍ବରୁ ରାଉରକେଲା ରେ ଭିକାରି ମୁକ୍ତ ଯୋଜନା କରାଯାଇଥିଲେ ସୁଦ୍ଧା ଏହି ଯୋଜନା କେବଳ ଯୋଜନା ରେ ସୀମିତ ରହିଯାଇଛି। ସକାଳ ହେଲେ ରାଉରକେଲା ସହର ରେ ଥିବା ମନ୍ଦିର କଡରେ ଭିକାରି ମାନେ ବସିଥିବା ଦେଖିବାକୁ ମିଳୁଛି। ସେହିପରି ଭିକାରି ମାନେ ଘର ଘର ବୁଲି ମଧ୍ୟ ଭିକ୍ଷା କରୁଛନ୍ତି। ଏବେ ଦେଖିବାକୁ ବାକି ରହିଲା ଭିକାରି ମୁକ୍ତ ରାଉରକେଲା ହେବ କେବେ?