28.1 C
Bhubaneswar
Tuesday, May 5, 2026
Homeଦେଶ ବିଦେଶଅନଲାଇନରୁ ଆରମ୍ଭ ପ୍ରେମ :  ପୁଅ, ଝିଅ ଫେରାର

ଅନଲାଇନରୁ ଆରମ୍ଭ ପ୍ରେମ :  ପୁଅ, ଝିଅ ଫେରାର

ଗୁଜୁରାଟ : ଇନଷ୍ଟାଗ୍ରାମରୁ ପ୍ରେମ ଆରମ୍ଭ । ଅନଲାଇନରୁ ଚିହ୍ନାଜଣା । ପୁଅର ବୟସ ୧୬ ବର୍ଷ ହୋଇଥିବା ବେଳେ ଝିଅର ବୟସ ୧୦ ବର୍ଷ ।  ଉଭୟେ ଘରେ କେହି ନଥିବା ଦେଖି ଫେରାର ହୋଇଯାଇଥିଲେ ।  ଏଭଳି ଘଟଣା ଘଟିଛି ଗୁଜୁରାଟର ଧନସୁରା ଗାଁ ରେ । କିନ୍ତୁ ପୋଲିସ ଉଭୟଙ୍କୁ କାବୁ କରିଛି ।  ପୋଲିସ ସୂଚନା ଅନୁସାରେ ଝିଅର ବାପା , ମା ଇନଷ୍ଟାଗ୍ରାମ ବିଷୟରେ ଜାଣିନଥିଲେ । ୧୬ ବର୍ଷର ବାଳକ ସହିତ ତା’ର ଚିହ୍ନା ପରିଚିତ ହୋଇଥିଲା। ତା’ ଭିତରେ ସେମାନଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା। ଆଉ ଦୁହେଁ ଘରୁ ପଳାଇ ବାହା ହେବାକୁ ଯୋଜନା କରିଥିଲେ। ଯୋଜନା ପ୍ରକାରେ ଗତ ଡିସେମ୍ବର ୩୧ ତାରିଖ ଦିନ ସେମାନେ ଘରୁ ଫେରାର ହୋଇଯାଇଥିଲେ। ଏଥିରେ ସେମାନଙ୍କୁ ୩ ଜଣ ସାଙ୍ଗ ସହାୟତା କରିଥିଲେ। ଝିଅ ଘର ଲୋକେ କୌଣସି ସୂତ୍ରରୁ ଏ ବିଷୟରେ ଜାଣିପାରିଥିଲେ। ସେମାନେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ପାଇବାର କିଛି ଘଣ୍ଟା ମଧ୍ୟରୁ ଉଭୟ ପୁଅ ଓ ଝିଅଙ୍କୁ ପାଖ ଏକ ଗାଁରୁ ଉଦ୍ଧାର କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking