29.4 C
Bhubaneswar
Saturday, May 4, 2024
Homeଦେଶ ବିଦେଶଭାରତର ସେହି ମନ୍ଦିର ଯେଉଁଠି ଶୂନ୍ୟରେ ଝୁଲି ରହିଛି ସମସ୍ତ ସ୍ତମ୍ଭ, କାରଣ ଆଜି ବି...

ଭାରତର ସେହି ମନ୍ଦିର ଯେଉଁଠି ଶୂନ୍ୟରେ ଝୁଲି ରହିଛି ସମସ୍ତ ସ୍ତମ୍ଭ, କାରଣ ଆଜି ବି ଅଜଣା

ନୁଆଦିଲ୍ଲୀ : ଭାରତରେ ଅନେକ ମନ୍ଦିର ରହିଛି । ତେବେ ଆମ ଦେଶରେ ଏମିତି ଅନେକ ମନ୍ଦିର ଅଛି ଯାହା ନିଜର ଭବ୍ୟତା ଓ ଅଜବ ମାନ୍ୟତା ପାଇଁ ପାଇଁ ପରିଚିତ । ଏମିତି ଏକ ଅଜବ ମନ୍ଦିର ରହିଛି ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ । ଏହି ମନ୍ଦିରର ସବୁଠାରୁ ଖାସ୍ ଏବଂ ରହସ୍ୟମୟୀ କଥା ହେଉଛି ଏହାର ଖୁମ୍ବ(ସ୍ତମ୍ଭ) ଶୂନ୍ୟରେ ଲଟକି ରହିଛି । କିନ୍ତୁ ଏହାର ରହସ୍ଯ ଆଜି ପର୍ଯ୍ଯନ୍ତ କେହି ଜାଣିପାରୁନାହାଁନ୍ତି  ।ଏହି ମନ୍ଦିରର ନାମ ଲୈପାକ୍ଷୀ ମନ୍ଦିର । ଏହାକୁ ହ୍ୟାଙ୍ଗିଙ୍ଗ୍ ପିଲର ଟେମ୍ପଲ ମଧ୍ୟ କୁହାଯାଏ । ଏହି ମନ୍ଦିରରେ ସମୁଦାୟ ୭୦ ପିଲାର ଅଛି ଯାହା ଭୂମି ସହିତ ଯୋଡି ହୋଇନି । ଏଗୁଡିକ ରହସ୍ଯମୟୀ ଭାବେ ଶୂନ୍ୟରେ ଲଟକି ରହିଛନ୍ତି ।

ଏହି ମନ୍ଦିରର ନାମ ଲୈପାକ୍ଷୀ ମନ୍ଦିର । ଏହାକୁ ହ୍ୟାଙ୍ଗିଙ୍ଗ୍ ପିଲର ଟେମ୍ପଲ ମଧ୍ୟ କୁହାଯାଏ । ଏହି ମନ୍ଦିରରେ ସମୁଦାୟ ୭୦ ପିଲାର ଅଛି ଯାହା ଭୂମି ସହିତ ଯୋଡି ହୋଇନି । ଏଗୁଡିକ ରହସ୍ଯମୟୀ ଭାବେ ଶୂନ୍ୟରେ ଲଟକି ରହିଛନ୍ତି ।

ଏହି ମନ୍ଦିରର ଇଷ୍ଟଦେବ ଭଗବାନ ଶିବଙ୍କ କ୍ରୁର ରୂପ ବୀରଭଦ୍ର । ବୀରଭଦ୍ର  ମହାରାଜ ଦକ୍ଷଙ୍କ ଯଜ୍ଞ ପରେ ଅସ୍ତିତ୍ୱକୁ ଆସିଥିଲେ । ଏହା ବ୍ୟତୀତ ଏଠାରେ ଭଗବାନ ଶିବଙ୍କ ଅନ୍ୟ ରୂପ ଅର୍ଦ୍ଧନାରୀଶ୍ୱର, କଙ୍କାଳ ମୂର୍ତ୍ତି, ଦକ୍ଷିଣମୂର୍ତ୍ତି ଓ ତ୍ରିପୁରାତକେଶ୍ୱର ମଧ୍ୟ ଉପସ୍ଥିତ ଅଛନ୍ତି । ଏଠାରେ ବିରାଜମାନ ଥିବା ମାତାଙ୍କୁ ଭଦ୍ରକାଳୀ କୁହାଯାଏ ।

କୁର୍ମୀସେଲସର ପାହାଡରେ ନିର୍ମିତ ଏହି ମନ୍ଦିରର ଆକାର ବିଲୁକୁଲ୍ ଏକ କଇଁଛ ଭଳି । କୁହାଯାଏ ଏହି ମନ୍ଦିରର ନିର୍ମାଣ ବିରୁପତ୍ରା ଓ ବିରତ୍ରା ନାମଙ୍କୁ ୨ ଭାଇ ଷୋଡଶ ଶତାବ୍ଦୀରେ ନିର୍ମାଣ କରାଇଥିଲେ । ସେମାନେ ବିଜୟନଗରର ରାଜାଙ୍କ ନିକଟରେ କାମ କରୁଥିଲେ । ଅବଶ୍ୟ ପୌରାଣିକ ମାନ୍ଯତା ଅନୁସାରେ ଏହି ମନ୍ଦିରକୁ ଋଷି ଅଗସ୍ତ୍ୟ ନିର୍ମାଣ କରାଇଥିଲେ ।ମାନ୍ୟତା ଅନୁସାରେ ଏହି ମନ୍ଦିର ସମ୍ପର୍କରେ ରାମାୟଣରେ ମଧ୍ୟ ବର୍ଣ୍ଣନା ରହିଛି । ଏହା ହେଉଛି ସେହି ସ୍ଥାନ ଯେଉଁଠି ରାବଣ ସହିତ ଯୁଦ୍ଧ କରିବା ପରେ ଜଟାୟୁ ଆହତ ହୋଇ ଖସି ପଡିଥିଲେ ଏବଂ ରାମଙ୍କୁ ରାବଣ ସମ୍ପର୍କରେ ସୂଚନା ଦେଇଥିଲେ ।  ।

ମନ୍ଦିରରେ ଏକ ବଡ ପାଦ ଚିହ୍ନ ମଧ୍ୟ ରହିଛି ଯାହାକୁ ତ୍ରେତୟା ଯୁଗର ବୋଲି କୁହାଯାଏ । କେହି କେହି ଏହାକୁ ଭଗବାନ ରାମଙ୍କ ପାଦ ଚିହ୍ନ ବୋଲି କହିଥାନ୍ତି ଏବଂ କେହି କେହି ମାତା ସୀତାଙ୍କ ପାଦ ଚିହ୍ନ ବୋଲି କହିଥାନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking