38.1 C
Bhubaneswar
Tuesday, April 23, 2024
Homeସିଙ୍ଗାପୁର ଓପନ୍ ବ୍ୟାଡ୍‌ମିଟନ୍‌ସିଙ୍ଗାପୁର ଓପନ୍‌ : ସିନ୍ଧୁ, ସାଇନା, ପ୍ରଣୟଙ୍କ ବିଜୟ ଅଭିଯାନ

ସିଙ୍ଗାପୁର ଓପନ୍‌ : ସିନ୍ଧୁ, ସାଇନା, ପ୍ରଣୟଙ୍କ ବିଜୟ ଅଭିଯାନ

ସିଙ୍ଗାପୁର: ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ଦୁଇ ଥର ଅଲିମ୍ପିକ୍‌ ବିଜୟିନୀ ପିଭି ସିନ୍ଧୁ ଏବଂ ଫର୍ମରେ ଥିବା ଏଚ୍‌ ଏସ୍‌ ପ୍ରଣୟ ମଧ୍ୟ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ମହିଳା ଏକକ ପ୍ରଥମ ରାଉଣ୍ଡରେ ସିନ୍ଧୁ ୨୧-୧୫ ଓ ୨୧-୧୧ରେ ବିଶ୍ବ ମାନ୍ୟତାର ୩୬ ବେଲ୍‌ଜିୟମ ତାରକା ଲିଆନେ ଟାନ୍‌ଙ୍କୁ ପରାସ୍ତ କରିଛନ୍ତି। ଦ୍ବିତୀୟ ରାଉଣ୍ଡରେ ତାଙ୍କର ମୁକାବିଲା ଭିଏତ୍‌ନାମର ଥୁୟ ଲିନ୍‌ ଏନ୍‌ଗୁୟେନ୍‌ଙ୍କ ସହ ହେବ। ସେହିପରି ଗତ ସପ୍ତାହରେ ମାଲେସିଆ ମାଷ୍ଟର୍ସ ସେମିଫାଇନାଲ୍‌ରେ ପହଞ୍ଚିଥିବା ପ୍ରଣୟ ପୁରୁଷ ଏକକ ପ୍ରଥମ ରାଉଣ୍ଡରେ ଥାଇଲାଣ୍ଡର ସିଥିକୋମ ଥାମାସିନ୍‌ଙ୍କୁ ୨୧-୧୩ ଓ ୨୧-୧୬ରେ ପରାସ୍ତ କରିଥିଲେ।

ଦ୍ବିତୀୟ ରାଉଣ୍ଡରେ ତାଙ୍କର ମୁକାବିଲା ତୃତୀୟ ମାନ୍ୟତାପ୍ରାପ୍ତ ଚୋଉ ତିନ୍‌ ଚେନ୍‌ଙ୍କ ସହ ହେବ। ଚୋଉଙ୍କୁ ଗତ ମାଲେସିଆ ଓପନ୍‌ରେ ପ୍ରଣୟ ପରାସ୍ତ କରିଥିଲେ। ଏହି ଦୁଇ ଜଣଙ୍କ ବ୍ୟତୀତ ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ସାଇନା ନେହ୍ବାଲ ମଧ୍ୟ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସେ ପ୍ରଥମ ରାଉଣ୍ଡରେ ନିଜ ଦେଶର ମାଲବିକା ବନ୍‌ସୁଦ୍‌ଙ୍କୁ ୨୧-୧୮ ଓ ୨୧-୧୪ ସିଧାସଳଖ ଗେମ୍‌ରେ ପରାସ୍ତ କରିଛନ୍ତି। ଏଥି ସହିତ ଇଣ୍ଡିଆ ଓପନ୍‌ ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି। ଅନ୍ୟ ପକ୍ଷରେ ପୂଜା ଦନ୍ଦୁ ଓ ଆରତୀ ସାରା ସୁନିଲ ଯୋଡ଼ି ବିନା ଲଢ଼େଇରେ ମହିଳା ଯୁଗଳ ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି। ଚାଇନିଜ ତାଇପେ ଯୋଡ଼ି ହୁ ଲିଙ୍ଗ୍‌ ଫାଙ୍ଗ୍‌ ଓ ଲିନ୍‌ ଜିଆଓ ମିନ୍‌ ପ୍ରତିଯୋଗିତାରୁ ଓହରି ଯିବାରୁ ଏହି ଭାରତୀୟ ଯୋଡ଼ି ବାଇ ପାଇ ଦ୍ବିତୀୟ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking