33.1 C
Bhubaneswar
Thursday, October 3, 2024
Homeଦେଶ ବିଦେଶପୋଲିଓ ଟିକାକରଣ ରୋକିଲା ତାଲିବାନ୍‌

ପୋଲିଓ ଟିକାକରଣ ରୋକିଲା ତାଲିବାନ୍‌

କାବୁଲ: ଆଫ୍‌ଗାନିସ୍ତାନରେ କ୍ଷମତାସୀନ ତାଲିବାନ ସରକାର ଦେଶରେ ଚାଲିଥିବା ପୋଲିଓ ଟିକାଦାନ କାର୍ଯ୍ୟକ୍ରମକୁ ବାତିଲ କରିଥିବା ଜଣାପଡିଛି । ତେବେ ଏପରି କରିବା ପଛରେ ତାଲିବାନ ପକ୍ଷରୁ କୌଣସି କାରଣ ଦର୍ଶାଯାଇନାହିଁ । ଜାତିସଂଘ କର୍ମକର୍ତ୍ତାମାନେ ଗତ ଜୁନରେ ଆଫ୍‌ଗାନିସ୍ତାନରେ ଘରକୁ ଘର ବୁଲି ଶିଶୁଙ୍କୁ ପୋଲିଓ ଟିକାଦାନ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଘର ଘର ବୁଲି ପୋଲିଓ ଟିକାଦାନ କରିବା ଅପେକ୍ଷା ମସଜିଦରେ ଏହି କାର୍ଯ୍ୟକ୍ରମ ଚଳାଇବାକୁ ତାଲିବାନ ସରକାର ସେମାନଙ୍କୁ ନିର୍ଦେଶ ଦେଇଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧିକାରୀ ଡା.ହମିଦ ଜାଫ୍ରି ସୂଚନା ଦେଇଛନ୍ତି । ଚଳିତବର୍ଷ ଆଫ୍‌ଗାନିସ୍ତାନରେ ୧୮ ପୋଲିଓ ଆକ୍ରାନ୍ତ ଶିଶୁ ଚିହ୍ନଟ ହେବାପରେ ଜାତିସଂଘ ତରଫରୁ ସେଠାରେ ପୋଲିଓ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ତେବେ ତାଲିବାନ ସରକାର ଏହି କାର୍ଯ୍ୟକ୍ରମକୁ ବାତିଲ କରିବା ଦ୍ୱାରା ଶିଶୁଙ୍କ ଭବିଷ୍ୟତକୁ ଅନ୍ଧକାରାଚ୍ଛନ୍ନ କରିବାକୁ ଯାଉଛନ୍ତି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି । ଆଫ୍‌ଗାନିସ୍ତାନ ବ୍ୟତୀତ ପାକିସ୍ତାନରେ ମଧ୍ୟ ପୋଲିଓ ଆକ୍ରାନ୍ତ ଚିହ୍ନଟ ହେବାପରେ ସେଠାରେ ଟିକାଦାନ ଅଭିଯାନ ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ପାକିସ୍ତାନ ସରକାର ମଧ୍ୟ ଏହି ଅଭିଯାନ ବନ୍ଦ କରିବାକୁ ଚିନ୍ତା କରୁଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking