ଲକ୍ଷ୍ନୌ: ଉତ୍ତରପ୍ରଦେଶର ଫିରୋଜାବାଦ୍ ଅଞ୍ଚଳରେ ପୁଣି ଜଣେ ବିଜେପି ନେତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ରିପୋର୍ଟ ଅନୁସାରେ ବିଜେପି କାଉନ୍ସିଲର ଆଲିମ୍ ଭୋଲାଙ୍କୁ ଗୁଳି ମାଡ଼ ହୋଇଛି । ସବୁଦିନ ଭଳି ଆଜି ବି ସେ ସକାଳୁ ମର୍ଣ୍ଣିଂ ୱାକ୍ରେ ଯାଇଥିଲେ । ଏହି ସମୟରେ ଲେବର କଲୋନୀ ବ୍ରିଜ୍ ଉପରେ କିଛି ଦୁର୍ବୃତ୍ତମାନେ ବାଇକ୍ରେ ଆସି ଅତର୍କିତ ଭାବେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ସୂଚନା ମିଳିବା ପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙକୁ ଆଗ୍ରା ରେଫର୍ କରାଯାଇଛି । ପୁଲିସ୍ ସୂଚନାନୁସାରେ ଦୁଇଟି ଗୁଳି ଆଲିମ୍ଙ୍କ ଗୋଡ ଏବଂ ପେଟରେ ଗୁଳି ବାଜିଛି । ତେବେ କିଏ ଓ କାହିଁକି ତାଙ୍କୁ ଏଭଳି ମରାଣନ୍ତକ ଆକ୍ରମଣ କରିଛି? ଏହାର ପଛରେ କ\’ଣ କାରଣ ରହିଛି ସେ ନେଇ ପୁଲିସ ପୂରା ଘଟଣାର ତଦନ୍ତ ଜାରି ରଖିଛି । ଅଭିଯୁକ୍ତଙ୍କ ଧରିବା ପାଇଁ ପୁଲିସ ସର୍ଚ୍ଚ ଅପରେସନ୍ ଚଳାଇଛି । ତାଙ୍କର କାହା ସହ ଶତ୍ରୁତା ନଥିବା ତାଙ୍କ ପରିବାର ଲୋକେ କହିଛନ୍ତି ।